ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ସହରରେ ଦିନକୁ ଦିନ ବଢି ଚାଲିଛି ଡ୍ରଗସ କାରବାର ଏବଂ ଲୁଟତରାଜ୍। ତେବେ ଆଜି ପୁଣି ଏକ ଅଭାବନୀୟ ଘଟଣା ଯାହା ଦିନ ଦୁଇ ପ୍ରହରରେ ସମସ୍ତଙ୍କ ଆଖି ସାମ୍ନାରେ ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ ନେଇ ଡ୍ୟୁଟିକୁ ଯିବା ବେଳେ ମରଣାତ୍ମକ ଭାବେ ଭୁଜାଲିରେ ଆକ୍ରମଣ କରିବା ସହ ଲୁଟିନେଲେ ଟଙ୍କା ଏବଂ ସୁନା ଚେନ୍। ସୂଚନାନୁଯାୟୀ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ବରାଳପୋଖରିର ସପନ ଷଡ଼ଙ୍ଗୀ ଏବଂ ତପନ ଶଢଙ୍ଗି ଡ୍ରଗସ୍ କାରବାରରେ ଲିପ୍ତ ରହୁଥିବା ନେଇ ପୂର୍ବରୁ ଉକ୍ତ ଗ୍ରାମର ପ୍ରମୋଦ ସାହୁଙ୍କ ସହ ବଚସା ହୋଇଥିଲା। ତେବେ ଉକ୍ତ ଘଟଣାକୁ କେନ୍ଦ୍ର କରି ଆଜି ସକାଳ ସମୟରେ ପ୍ରମୋଦ ସାହୁ ନିଜ ଅଫିସ କୁ ଡ୍ୟୁଟି ଯାଉଥିବା ବେଳେ ଉକ୍ତ ଗ୍ରାମର ସପନ ଷଡ଼ଙ୍ଗୀ, ତପନ ଶଢଙ୍ଗି ଏବଂ ଅନ୍ୟ ୩ଜଣ ଆସି ହଟାତ୍ ଭୁଜାଲିରେ ମରଣାତ୍ମକ ଭାବେ ଆକ୍ରମଣ କରିଥିଲେ। ଏବଂ ବନ୍ଧୁକ ଦେଖାଇ ସୁନା ଚେନ ଲୁଟି ନେଇଥିବାର ଅଭିଯୋଗ କରିଛନ୍ତି ପ୍ରମୋଦ ସାହୁ । ତେବେ ଏନେଇ ଭଦ୍ରକ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ ।





