ମାହାଙ୍ଗା, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମ ମହେଶପୁର ଗ୍ରାମରେ ନିର୍ମାଣଧିନ ମେଗା ପାନୀୟ ଜଳ ପ୍ରକଳ୍ପର ରଡ଼, ଲୁହା ପାଇପ୍ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଉଥିବା ବେଳେ କାବୁ କଲେ ଗ୍ରାମବାସୀ । ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟାଟା ଏସିଇ ସାହାଯ୍ୟରେ ଡ୍ରାଇଭର ସମେତ ୭ ଜଣ ଉତ୍ତର ପ୍ରଦେଶର ଚୋର ଏହିସବୁ ସାମଗ୍ରୀ ଗାଡ଼ିରେ ଲୋଡ୍ କରି ନେଉଥିବା ସମୟରେ ଗ୍ରାମବାସୀ କାବୁ କରି ମାହାଙ୍ଗା ପୋଲିସ ଜିମା ଦେଇଛନ୍ତି । ଏପରିକି ଗ୍ଲୋବାଲ ସିକ୍ୟୁରିଟି ସଂସ୍ଥାର ସିକ୍ୟୁରିଟିଗାର୍ଡ ଅରଖିତ ଜେନାଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ୍ । ଆନ୍ତଃରାଜ୍ୟ ଡକାୟତମାନେ ସାଲେପୁର ଅଞ୍ଚଳର ପଦ୍ମପୁର ଠାରେ ଘୋଡ଼ା ରଥ ବେପାର, ବାଦାମ ବେପାର ସହ କବାଡିଆ ବେପାର ଦୀର୍ଘ ୨ ବର୍ଷ ଧରି କରିଆସୁଥିଲେ। ଏହି ୭ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ମାହାଙ୍ଗା ପୋଲିସ କୋର୍ଟ ଚାଲାଣ କରିବା ସହ ଆଉ କାହାର ସଂପୃକ୍ତି ନେଇ ତଦନ୍ତ ଚଲେଇଛି।





