Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ସବ୍‌ଇନ୍ସପେକ୍ଟରଙ୍କୁ ଗାଡ଼ି ଚପାଇ ହତ୍ୟା

by ସଞ୍ଜୟ ସ୍ୱାଇଁ
July 20, 2022
in Accident, Crime, NATIONAL NEWS
ମହିଳା ସବ୍‌ଇନ୍ସପେକ୍ଟରଙ୍କୁ ଗାଡ଼ି ଚପାଇ ହତ୍ୟା
95
VIEWS
Share on FacebookShare on Twitter

ରାଞ୍ଚି, (ବାଘୁଆବାର୍ତ୍ତା): ଝାଡ଼ଖଣ୍ଡରେ ହରିୟାଣା ଘଟଣାର ପୁନରାବୃତ୍ତି। ଗାଡ଼ି ଚେକିଂ ବେଳେ ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ପିକଅପ୍‌ ଭ୍ୟାନ ମଡ଼ାଇ ହତ୍ୟା କରାଯାଇଛି। ଆଜି ରାଞ୍ଚିରେ ଏହି ଘଟଣା ଘଟିଛି। ଆଜି ସକାଳେ ରାଞ୍ଚିର ତୁପୁଡାନା ଏରିଆର ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି । ମୃତ ମହିଳା ସବଇନ୍ସପେକ୍ଟର ଜଣକ ହେଲେ ସନ୍ଦ୍ୟା ତୋପ୍ନୋ। ତୁପୁଡ଼ାନପା ପୁଲିସ ଷ୍ଟେସନରେ ଇନଚାର୍ଜଭାବେ ଦାୟିତ୍ୱରେ ଥିଲେ ସନ୍ଧ୍ୟା। ତେବେ ଏହିଘଟଣାରେ ଅଭିଯୁକ୍ତ ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କୁ ଗିରଫ କରାଯାଥିଲା ବେଳେ ଗାଡ଼ିଟିକୁ ଜବତ କରାଯାଇ ଥିବା ରାଞ୍ଚି ଏସଏସପି କୌଶଲ କୁମାର ସୂଚନା ଦେଇଛନ୍ତି। ବେଆଇନ ଗୁରୁଚାରଲାଣ ନେଇ ପୁଲିସ ସୂଚନା ପାଇ ଯାଞ୍ଚ ହେଉଥିଲା। ଏହି ଚେକପୋଷ୍ଟରେ ସନ୍ଧ୍ୟା ତୋପ୍ନୋ ଯାଞ୍ଚ କରୁଥିବା ବେଳେ ତାଙ୍କ ଉପରେ ଗାଡ଼ ମଡ଼ାଇ ଦିଆଯାଇଥିବା ପୁଲିସ କହିଛି। ତେବେ ଗତକାଲି ହରିୟାଣାରେ ସମାନ ଢ଼ଙ୍ଗରେ ଅତି ଜଘନ୍ୟ କା‌ଣ୍ଡ ଘଟିଛି। ଜଣେ ଡିଏସ୍‌ପିଙ୍କୁ ଟ୍ରକ୍‌ (ଡମ୍ପର) ମଡ଼ାଇ ହତ୍ୟା କରାଯାଇଛି। ତାଉରୁ ଡିଏସ୍‌ପି ସୁରେନ୍ଦ୍ର ସିଂହ ଏବଂ ତାଙ୍କ ଟିମ୍‌ ଗତକାଲି ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ସମୟରେ ନୁହ ଜିଲ୍ଲାର ପଚଗାଓଁ ଅଞ୍ଚଳ ନିକଟସ୍ଥ ଆରାବଳୀ ପର୍ବତରେ ଚାଲିଥିବା ବେଆଇନ ଖଣି ଖନନ କାନର୍ୟ୍ୟ ଉପରେ ଚଢ଼ଉ ପାଇଁ ଯାଇଥିଲେ। ବେଆଇନ ଭାବେ ପଥର ନେଉଥିବା ଡମ୍ପରକୁ ଅଟକାଇବା ପାଇଁ ସେ ନିଜର ଟିମ୍‌ ସହ ପହଞ୍ଚିଥିଲେ। ଚଢ଼ଉ ସମୟରେ ସେ ପଚଗାଓଁ ଗ୍ରାମ ନିକଟରେ ଏକ ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥି‌ଲେ। କାଗଜପତ୍ର ଯାଞ୍ଚ କରିବା ପାଇଁ ସିଂହ ଇକ୍କର ନାମକ ଜଣେ ଟ୍ରକ୍‌ ଡ୍ରାଇଭରକୁ ଅଟକିବା ପାଇଁ ସଙ୍କେତ ଦେଇଥିଲେ। କିନ୍ତୁ, ଡ୍ରାଇଭର୍‌ ଗାଡ଼ି ଅଟକାଇବା ବଦଳରେ ଗାଡ଼ିର ବେଗ ବଢ଼ାଇ ଡିଏସ୍‌ପିଙ୍କ ଉପରେ ଗାଡ଼ି ମଡ଼ାଇ ଚାଲି ଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!