Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ଝିଅକୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରି ପ୍ରେମିକ ଗିରଫ

by ସଞ୍ଜୟ ସ୍ୱାଇଁ
July 19, 2022
in Crime, State
ନାବାଳିକା ଝିଅକୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରି ପ୍ରେମିକ ଗିରଫ
169
VIEWS
Share on FacebookShare on Twitter

ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ନାବାଳିକା ଝିଅକୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ପାଟଣା ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଗିରଫ ପ୍ରେମିକ ଜଣକ ହେଲେ ପାଟଣା ଥାନା ଖୁଣ୍ଟାପଡା ଗ୍ରାମର ଲାଲ କିଶୋର ମୁଣ୍ଡା (୨୩)। ସୂଚନା ଅନୁସାରେ ପାଟଣା ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ରାମଦାସ ମୁଣ୍ଡାଙ୍କ ପୁଅ ନାନୁ ଓରଫ ଲାଲ କିଶୋର ମୁଣ୍ଡା ପାଟଣା ଥାନା ଅଞ୍ଚଳର ଜଣେ ବାପ ଛେଉଣ୍ଡ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖି ଦୁଷ୍କର୍ମ କରିଥିଲା। ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଘଟଣାକୁ ନେଇ ଦୁଇ ଦିନ ପୂର୍ବରୁ ଗ୍ରାମରେ ସଭା ବସି ଝିଅର ମାମୁଁ ନାବାଳିକାକୁ ବିବାହ କରିବା ପାଇଁ ଲାଲ୍ କିଶୋରକୁ ବାଧ୍ୟ କରିବାରୁ ଲାଲ୍ କିଶୋର ବିବାହ କରିବାକୁ ଅମଙ୍ଗ ହୋଇଥିଲା। ଏନେଇ ପିଡିତା ଜଣଙ୍କ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପାଟଣା ଥାନା ସବ୍ ଇନ୍ସପେକ୍ଟର ମନୋରମା ସ୍ବାଇଁ ଲାଲ୍ କିଶୋରକୁ ଗିରଫ କରି ପୋକ୍ସୋ ଆଇନ୍‌ ଅନୁସାରେ କୋର୍ଟ ଚାଲାଣ କରିଛି। ଏନେଇ ପାଟଣା ଥାନାରେ ୧୪୨/୨୨ ମାମଲା ରୁଜୁ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!