ରଣପୁର, (ବାଘୁଆବାର୍ତ୍ତା): ଆଜି ସକାଳୁ ସକାଳୁ ସୁନାଖଳା ଫାଣ୍ଡି ପକ୍ଷରୁ ପେଟ୍ରୋଲିଂ ଚାଲୁଥିବା ସମୟରେ ଜଣେ ମଦ ବେପାରୀକୁ ଗିରଫ କରିବାରେ ସୁନାଖଳା ଫାଣ୍ଡି ଅଧିକାରୀଙ୍କୁ ସଫଳତା ହୋଇଛି । ସୁଚନାନୁସାରେ ରଣପୁର ଥାନା କାକଲମା ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ପୁଅ ସୂର୍ଯ୍ୟମଣି ପ୍ରଧାନ ଏକ ଟିଭିଏସ ଏକ୍ସଏଲ ଗାଡ଼ି ରେ ସୁରୁକା ବାଡିରୁ ମଦ ନେଇ ରାସୋଳ ଯାଉଥିଲା । ଏହି ସମୟରେ ସୁନାଖଳା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ସୁନାଖଳା ରେଲ୍ୱେ ଓଭର ବ୍ରିଜ ଉପରେ ଅଟକାଇ ଯାଞ୍ଚ କରୁଥିଲେ । ଗାଡ଼ି ନମ୍ବର – ଓଡି – ୨୫ଡି-୫୯୭୧ ଟିଭି ଏସ ଏକ୍ସେଲ ରେ ୧୦୦ ଲିଟର ମଦକୁ ସୁନାଖଳା ପୁଲିସ ଜବତ କରିଥିଲା । ରଣପୁର କେସ ନଂ ୧୭୩/୨୨ ରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବା ସୁନାଖଳା ଫାଣ୍ଡି ଅଧିକାରୀ ପ୍ରିତିପ୍ରକାଶ ମହାନ୍ତି ସୁଚନା ଦେଇଛନ୍ତି ।





