ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ରାମକୃଷ୍ଣ ବିଦ୍ୟାଳୟ ପରିସରରେ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ହରପ୍ରସାଦ ମହାପାତ୍ରଙ୍କ ଜୀବନି ଉପରେ ବକ୍ତବ୍ୟ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସଂସ୍କୃତ ଶିକ୍ଷକ ବିଜୟ କୁମାର ପଣ୍ଡା ଯୋଗ ଦେଇ ରାମକୃଷ୍ଣ ଏବଂ ବିବେକାନନ୍ଦଙ୍କ ସଂମ୍ପର୍କ ସଂମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମକୃଷ୍ଣ ଦିକ୍ଷୀତ ଭକ୍ତ ବିଜୟ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତୀମାନେ ସହଯୋଗ କରିଥିଲେ ।






