ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପଠାଣୀ ସାମନ୍ତ ପ୍ରେକ୍ଷାଳୟଠାରେ ନୟାଗଡ଼ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ସିରିୟସ୍ ଜୋନର ନାଟକ ଶେଷ ଠିକଣା ମଂଚସ୍ଥ ହୋଇଯାଇଛି । ନାଟ୍ୟକାର ରାମଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନାଟକକୁ ଉଦଘାଟନ କରିଥିବା ବେଳେ ତାଙ୍କ ସମ୍ମାନିତ ଅତିଥି ଭାବେ କିଶାନ୍ ଦାଶ ଯୋଗ ଦେଇଥିଲେ । ଶେଷ ଠିକଣାର ରଚୟିତା ଆନନ୍ଦ ଚନ୍ଦ୍ର ପହି ହୋଇଥିବା ବେଳେ ଏହାକୁ ଦିଲ୍ଲୀଶ୍ୱର ମହାରଣା ନାଟ୍ୟ ଋପାନ୍ତର କରିଥିବା ଜଣାପଡ଼ିଛି । ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଗୋପାଳ ଦେଙ୍କ ନିର୍ଦ୍ଦେଶନାରେ ମଂଚସ୍ଥ ଏହି ନାଟକରେ ସଂଗୀତ ପରିଚାଳନା କରିଥିଲେ ପ୍ରତାପ ରାଉତ । ନୟାଗଡ଼ ନାଟ୍ୟ କଳାକାରଙ୍କ ଦ୍ୱାରା ମଂଚସ୍ଥ ହୋଇଥିବା ଏହି ନାଟକକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ନାଟର କାହାଣୀ ଅତ୍ୟନ୍ତ ମନଛୁଆଁ ହୋଇଥିବା ବେଳେ ସିରିୟସ ଜୋନର ସଫଳତା ବେଶ ବାରି ହୋଇପଡ଼ିଥିଲା ।






