Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସିଆର ପ୍ରଥମ ୱିକେଟ କିପର ଭାବେ ଅନେକ ରେକର୍ଡର ଅଧିକାରୀ ହେଲେ ପନ୍ତ

by ସଞ୍ଜୟ ସ୍ୱାଇଁ
July 18, 2022
in Sports, WORLD
ଏସିଆର ପ୍ରଥମ ୱିକେଟ କିପର ଭାବେ ଅନେକ ରେକର୍ଡର ଅଧିକାରୀ ହେଲେ ପନ୍ତ
164
VIEWS
Share on FacebookShare on Twitter

ଲଣ୍ଡନ, (ବାଘୁଆବାର୍ତ୍ତା): ଟି-୨୦ ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌କୁ ମଧ୍ୟ କବଜା କରିଛି ଟିମ ଇଣ୍ଡିଆ। ଦିନିକିଆ ସିରିଜ୍‌ର ନିଣ୍ଣାୟକ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ ଓ ଅଲରାଉରଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପ୍ରଦର୍ଶନ କରିଛନ୍ତି। ପନ୍ତ ଶେଷ ଯାଏ ୧୨୫ ରନ୍‌ କରି ଅପରାଜିତ ରହିବା ସହ ଭାରତ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି। ଦିନିକିଆ ସିରିଜ୍‌ର ଶେଷରେ ମ୍ୟାଚ୍‌ରେ ପନ୍ତ ଶତକ ହାସଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଏସିଆ ମହାଦେଶର ପ୍ରଥମ ୱିକେଟର ଯିଏ ଇଂଲଣ୍ଡ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆରେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ପୂର୍ବରୁ ପନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ। ରବିବାର ସେ ଦିନିକିଆରେ ମଧ୍ୟ ଶତକ ହାସଲ କରିଛନ୍ତି। ଏହା ପନ୍ତଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକ। ଏହି ଶତକ ବଳରେ ଇଂଲଣ୍ଡ ଦେଇଥିବା ୨୬୦ ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ବେଶ ସହଜରରେ ହାସଲ କରି ନେଇଛନ୍ତି। ପନ୍ତ ଓ ପାଣ୍ଡ୍ୟା(୭୧) ୫ମ ୱିକେଟ ପାଇଁ ୧୩୩ ରନ୍‌ର ଭାଗିଦାରୀ କରି ଇଂଲଣ୍ଡ ହାତକୁ ମ୍ୟାଚ୍‌ ଛଡ଼ାଇ ଆଣିଛନ୍ତି। ଟିମ ଇଣ୍ଡିଆ ୭୨ ରନରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ସେହିଠାରୁ ହିଁ ପାଣ୍ଡ୍ୟା ଓ ପନ୍ତ ସ୍ଥିତି ସମ୍ଭାଳିଥିଲେ। ପାଣ୍ଡ୍ୟା ୭୧ ରନରେ ଆଉଟ ହୋଇଥିଲେ ମଧ୍ୟ ପନ୍ତ ଶେଷ ଯାଏ ଅପରାଜିତ ରହିଥିଲେ। ୧୧୩ ବଲରେ ଅପରାଜିତ ୧୨୫ କରିଥିବା ପନ୍ତ ୧୬ଟି ଚୌକା ୨ଟି ଛକା ମାରିଛନ୍ତି। ସେ ତୃତୀୟ ଭାରତୀୟ ୱିକେଟ କିପର ଯିଏ ଏସିଆ ବାହାରେ ଖେଳା ଯାଉଥିବା ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ରାହୁଲ ଡ୍ରାଭିଡ ୧୯୯୯ରେ ଓ କେଏଲ ରାହୁଲ ୨୦୨୦ରେ ଏସିଆ ବାହାରେ ଶତକ ହାସଲ କରିଥିଲେ। ଏବେ ପନ୍ତ ଇଂଲଣ୍ଡର ମାଞ୍ଚେଷ୍ଟରରେ ଶତକ ହାସଲ କରି ଏହି ତାଲିକାରେ ସାମିଲ ହୋଇଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!