ଭୁବନେଶ୍ୱର, (ବାଘୁଆବାର୍ତ୍ତା): 1974ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ମାର୍ଗାରେଟ୍ ଆଲଭା ଉପରାଷ୍ଟ୍ର ପ୍ରାର୍ଥୀନୀ ଭାବେ ଲଢେଇ ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ ଏନସିପି ସୁପ୍ରିମୋ ଶରଦ ପାୱାର ଘୋଷଣା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ହୋଇଛନ୍ତି ଆଲଭା । ସେ କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିଲେ । ଗୁଜୁରାଟ, ରାଜସ୍ଥାନ ଓ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । କାନର ଲୋକସଭା ଆସନରୁ ସାଂସଦ ଥିଲେ ।





