ସିଙ୍ଗାପୁର, (ବାଘୁଆବାର୍ତ୍ତା): ସିଙ୍ଗାପୁର ଓପନରେ ବିଜୟୀ ହେଲେ ପି.ଭି. ସିନ୍ଧୁ । ଚୀନର ଓ୍ୱାଙ୍ଗ ଝିଙ୍କୁ ୨୧-୯, ୧୧-୨୧, ୨୧-୧୫ ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ପି.ଭି. ସିନ୍ଧୁ । ପ୍ରଥମ ସେଟରେ ବିଜୟୀ ହୋଇଥିବା ସିନ୍ଧୁ ଦ୍ୱିତୀୟ ସେଟରେ ୧୧-୨୧ରେ ପରାସ୍ତ ହୋଇଥିଲେ । ଓ୍ୱାଙ୍ଗ ଝି ରକ୍ଷଣାତ୍ମକ ଶୈଳୀରେ ମ୍ୟାଚ ଜିତିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ପୂର୍ବରୁ ଜାପାନର ସାଏନା କାଓ୍ୱାକାମିଙ୍କୁ ୨୧-୧୫, ୨୧-୭ର ପରାସ୍ତ କରିଥିଲେ ସିନ୍ଧୁ । ଏହି ଟାଇଟଲ ହାସଲ କରିବା ସହ ୨୦୨୨ର ତୃତୀୟ ଟାଇଟଲ ହାସଲ କରିଛନ୍ତି ସିନ୍ଧୁ । ପୂର୍ବରୁ ସେ ସୟିଦ ମୋଦି ଇଣ୍ଟର ନ୍ୟାସନାଲ ଓ ସୁଇସ ଓପନ ବିଡବ୍ଲୁଏଫ ସୁପର ୩୦୦ ଟାଇଟଲ ହାସଲ କରିଥିଲେ ।






