ଯାଜପୁର, (ବାଘୁଆବାର୍ତ୍ତା): ଭାଙ୍ଗିଗଲା ସ୍ୱପ୍ନ । ଭଡ଼ା ଘରୁ ମିଳିଲା ନବଦମ୍ପତ୍ତିଙ୍କ ମୃତଦେହ । ଯାଜପୁର ରୋଡ଼ ଥାନା ଦଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଦଳା ଗାଁର ଶିବ ମନ୍ଦିର ନିକଟରେ ନବ ଦମ୍ପତ୍ତି ଭଡ଼ା ଘର କରି ରହୁଥିଲେ । ହେଲେ ରବିବାର ହଠାତ୍ ସେହି ଭଡ଼ା ଘରେ କୌଣସି କାରଣରୁ ଦମ୍ପତ୍ତିଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ବେକରେ ରଶି ଲଗାଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା । ତେବେ ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଦମ୍ପତି ବାଲେଶ୍ଵର ଜିଲ୍ଲା ସଦର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି ।





