ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ଏବଂ ଛାତ୍ର ଜନତା ଦଳ ପକ୍ଷରୁ ଦଳିୟ କାର୍ଯ୍ୟାଳୟଠାରେ ଆଜି ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ରମେଶ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବିଜୁ ଯୁବ ବାହିନୀ ସଂଯୋଜକ ଦୁର୍ଯ୍ୟୋଧନ ବେହେରା, ନୟାଗଡ଼ ବ୍ଲକ ସଂଯୋଜକ ମନୋଜ ନାୟକ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି କିଶୋର ଚନ୍ଦ୍ର ସାହୁ ପ୍ରମୂଖ ବୈଠକରେ ଆଲୋଚନା କରିଥିଲେ । ମାର୍ଚ୍ଚ ୫ ତାରିଖ ବିଜୁ ଜନ୍ମ ଜୟନ୍ତି ଅବସରରେ ନୟାଗଡ଼ ରକ୍ତ ଭଣ୍ଡାର ଏବଂ ଓଙ୍ଗ଼ଗାଁଠାରେ ଦୁଇଟି ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଦୁଇ ଶିବିରରେ ୩ଶହ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ ରଖାଯାଇଛି । ନୟାଗଡ଼ ପୈାର ପାଳିକା ବିଜୁ ଯୁବ ବାହିନୀ ସଂଯୋଜକ ସତ୍ୟଜିତ ମହାନ୍ତି, ଛାତ୍ର ନେତା ଆଦିତ୍ୟ ସାହୁ, ଯୁବନେତା ଆଶିଷ ଅଗ୍ରୱାଲ ପ୍ରମୂଖ ବୈଠକରେ ଯୋଗ ଦେଇଥିଲେ ।






