ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଅବକାରୀ ବିଭାଗର ଜିଲ୍ଲା ସ୍ତରୀୟ ମୋବାଇଲ ସ୍କ୍ୱାଡ ଫତେଗଡ଼ ଥାନା ପଥର ଚକଡା ଛକ ଠାରୁ ଜଣକୁ ଗିରଫ କରିଛି । ତାଙ୍କ ଠାରୁ ୧୧୬ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୫ ହଜାର ଟଙ୍କା ହେବ । ପଥର ଚକଡା ଗ୍ରାମର ଲିଙ୍ଗରାଜ ଦଳେଇଙ୍କ ପୁଅ ଗଙ୍ଗାଧର ଦଳେଇ ଏକ ନାଲି କଲର ବାଜାଜ ପଲସର ଗାଡ଼ିରେ ବ୍ରାଉନ ସୁଗାର ନେଇ ଯାଉଥିଲା । ଅବକାରୀ ବିଭାଗ ଗଙ୍ଗାଧର ଠାରୁ ୧୧୬ ଗ୍ରାମ ବ୍ରାଉନ ସୁଗାର ସହ ନାଲି କଲର ବାଜାଜ ପଲସର ନମ୍ବର – ଓଡି ୨୫/୯୨୯୬ ଗାଡ଼ିକୁ ଜବତ କରିଛି । ଅବକାରୀ ବିଭାଗ ୧୯/୨୦୨୨ ରେ ଏକ ମାମଲା ରୁଜୁ କରି କୋଟ ଫରୁୱାର୍ଡ କରିଛି ।





