ନୟାଗଡ଼, (ବାଘୁଆବାର୍ତ୍ତା): ଦେଶି ମଦ ବ୍ୟବସାୟୀକୁ ଗିରଫ କଲା ସଦର ଥାନା ପୋଲିସ । ଦେଶି ମଦ ବ୍ୟବସାୟୀ ଜଣଙ୍କ ହେଲେ ଯୋଗିଆପଲ୍ଲୀ ଗାଁର ବିଭୂତି ଭୂଷଣ ମଣ୍ଡଳ(୪୦) । ସୂଚନାନୁସାରେ, ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଯୋଗିଆପଲ୍ଲୀ ଗାଁର ବିଭୂତି ଭୂଷଣ ମଣ୍ଡଳ ଦୀର୍ଘ ଦିନ ଧରି ନୟାଗଡ଼ ସଦର ଥାନା ଅଞ୍ଚଳରେ ଚୋରାଲୁଚାରେ ଦେଶି ମଦ ଯୋଗାଉଥିଲା । ପୋଲିସ ପାଖରେ ଖବର ଥିଲେ ମଧ୍ୟ ପ୍ରମାଣ ଅଭାବରୁ ଚକମା ଦେଇ ଖସିଯାଉଥିଲା ବିଭୂତି । ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଉକ୍ତ ଦେଶି ମଦ ବ୍ୟବସାୟୀ ବିଭୂତି ଭୂଷଣ ମଣ୍ଡଳକୁ ଧରିବାରେ ସକ୍ଷମ ହୋଇଛି । ବିଭୂତି ୫ଶହ ଦେଶି ମଦ ପାଉଜ୍ ନେଇ (ଓଆର ୨୫ବି ୯୯୦୩) ଟିଭିଏସ୍ ଏକ୍ସସେଲରେ ଯାଉଥିବା ବେଳେ ଛକି ରହିଥିବା ପୋଲିସ ମାଡି ବସିଥିଲେ । ତେବେ ବିଭୂତି ଙ୍କ ଠାରୁ ୫ଶହ ପ୍ୟାକେଟ ତଥା ୫୦ଲିଟର ଦେଶି ମଦ ପାଉଜ୍ ଜବତ ସହ ବାଇକ୍ ଜବତ କରିଛି । ଏବଂ ଉକ୍ତ ବ୍ୟବସାୟୀ ନାମରେ ମାମଲା ରୁଜୁ କରି ଅଭିଯୁକ୍ତ ବିଭୂତି ଭୂଷଣ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।





