Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ଡିଏଲ୍‌ରେ କେମିତି ଇନ୍ସପେକ୍ଟର ମାଡମ୍‌ଙ୍କ ଗାଡ଼ି ଚଲାଉଥିଲେ ଅଜୟ

by ସଞ୍ଜୟ ସ୍ୱାଇଁ
July 14, 2022
in Crime, State
ବିନା ଡିଏଲ୍‌ରେ କେମିତି ଇନ୍ସପେକ୍ଟର ମାଡମ୍‌ଙ୍କ ଗାଡ଼ି ଚଲାଉଥିଲେ ଅଜୟ
180
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ନାହିଁ। ସେଥିପାଇଁ ଅଜୟ ଜେଠୀଙ୍କ ନାଁର MVI ଆକ୍ଟରେ ମାମଲା ରୁଜୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ କୁମାର ପଣ୍ଡା। ତେବେ ଏଠି ପ୍ରଶ୍ନ ଉଠୁଛି, ଡିଏଲ୍‌ ନଥିବା ସତ୍ତ୍ୱେ ଅଜୟ ଜେଠୀଙ୍କୁ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା କେମିତି ଗାଡ଼ି ଚଳାଇବାକୁ ଅନୁମତି ଦେଲେ । ବିନା ଡିଏଲରେ ଗାଡ଼ି ଚଳାଇବା ଏକ ଅପରାଧ ବୋଲି କଣ ଜାଣିନଥିଲେ ଅଜୟ ଜେଠୀ ଓ ସ୍ନିଗ୍ଧାରାଣୀ ସୁନା । ଥାନା ବାବୁଆଣୀଙ୍କ ଗାଡ଼ି ଚଳାଉଥିବାରୁ ଡ୍ରାଇଭଙ୍କ ଡିଏଲ୍‌ ଯାଞ୍ଚ ହେଉନଥିଲା । ସବୁଠାରୁ ଉଦ୍‌ବେଗର କଥା ହେଉଛି ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର୍‌ ସୁନ୍ଦରଗଡ଼ରୁ ବାହାରି ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲା। ଆଉ ପୁରୀରୁ କର୍ମକ୍ଷେତ୍ରକୁ ଫେରୁଥିଲା ବେଳେ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଅଟୋକୁ ଧକ୍କା ଦେଇଥିଲା। ହେଲେ କେଉଁଠି ବି ଡ୍ରାଇଭର ଅଜୟ ଜେଠୀଙ୍କ ଡିଏଲ୍‌ ଯାଞ୍ଚ ହୋଇଥିବା ପରି ମନେ ହେଉନାହିଁ। ସୁନ୍ଦରଗଡ଼ ଥାନାର ଇନ୍ସପେକ୍ଟର ହେଉଛନ୍ତି ସ୍ନିଗ୍ଧାରାଣୀ ସୁନା। ସେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରିବା ପାଇଁ ପୁରୀ ଆସିଥିଲେ। ମଙ୍ଗଳବାର ସକାଳେ ଫେରୁଥିବା ବୌଦ୍ଧ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଛିଡ଼ା ହୋଇଥିବା ପରିବା ବୋଝେଇ ଅଟୋକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ କାର୍‌ ଚାଳକ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ। ଦୁଘଟଣା ଘଟାଇଥିବା କାର୍‌ଟି ପୁଲିସ ଇନ୍ସପେକ୍ଟର ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉତ୍ତ୍ୟକ୍ତ ଲୋକେ ଦାବି କରିଥିଲେ। ଅପରାହ୍ନରେ ବଲାଙ୍ଗିରରୁ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ଧରିବା ସହିତ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା ପୁଲିସ୍‌।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!