Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲାଙ୍ଗୀ ପାର୍କ ନିର୍ମାଣ କାର୍ଯ୍ୟ ତଦାରଖ କଲେ ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
February 22, 2020
in Feature News
ବଲାଙ୍ଗୀ ପାର୍କ ନିର୍ମାଣ କାର୍ଯ୍ୟ ତଦାରଖ କଲେ ମନ୍ତ୍ରୀ
28
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀବନ୍ଧଠାରେ ନିର୍ମାଣଧିନ ବଲାଙ୍ଗୀପାର୍କର ନିର୍ମାଣ କାର୍ଯ୍ୟକୁ ଆଜି ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତଦାରଖ କରିଛନ୍ତି । ନୟାଗଡ଼ ସହର ଉପକଣ୍ଠରେ ନିର୍ମାଣ ହେଉଥିବା ବଲାଙ୍ଗୀ ପାର୍କ ପାଇଁ, ସହର ଉନ୍ନତୀ କରଣ ଯୋଜନାରେ ୩ କୋଟି ପଚାଶ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ଏହି ଅର୍ଥରେ ବଲାଙ୍ଗୀ ବନ୍ଧକୁ ଖୋଳା ଯିବା ସହ ବନ୍ଧ ଚାରିପଟର ମରାମତି କାର୍ଯ୍ୟ ଚାଲୁ ରହିଛି । ଜଙ୍ଗଲ ବିଭାଗ ପାର୍କ ଚାରିପଟେ ଥିବା ଜଙ୍ଗଲରେ ଗଛ ଲଗାଇବା ସହ ପହାଡ଼ ଉପରେ ଏକ ୱାଚ ଟାୱାର ଏବଂ ଅନ୍ୟାନ ଉନ୍ନୟନ କାର୍ଯ୍ୟ କରିବା ପାଇଁ ୨ କୋଟି ପଚାଶ ଲକ୍ଷ ଟଙ୍କା ଅନୁଦାନରେ ଏହି ନିର୍ମାଣଧିନ ଅବସ୍ଥାରେ ରହିଛି । ଏତଦ୍ ବ୍ୟତୀତ ଓଟିଡିସି ପକ୍ଷରୁ ୧ କୋଟି ୨୦ ଲକ୍ଷଟଙ୍କା ମଂଜୁର ହୋଇଥିବା ବେଳେ ଏହି ଅର୍ଥରେ ପାଦଚଲା ରସ୍ତା ଏବଂ ଗେଟ ନିର୍ମାଣ କରାଯିବ ଜଣାପଡ଼ିଛି । ଏଠାରେ ଆଗାମୀ ଦିନରେ ରୋପ ୱେ, ୱାଚ ଟାୱାର, ଶିଶୁ ପାର୍କ ଏବଂ ନୟାଗଡ଼ ସଂଗ୍ରାହଳୟ ପାଇଁ ଯୋଜନା ରହିଛି । ମନ୍ତ୍ରୀ ଡ. ସାହୁ ବଲାଙ୍ଗୀ ପାର୍କ ଚାରିପଟେ ବୁଲିବା ସହ ଖୁବଶୀଘ୍ର ପୋଖରୀକାମ ଶେଷ କରିବା, ଚାରିପଟ ଡ୍ରେନେଚ ବ୍ୟବସ୍ଥାକୁ ସାରିବା, ପଥର ପ୍ୟାଚିଂ କାମକୁ ତ୍ୱରାନ୍ୱିତା କରିବା ସହିତ ବନବିଭାଗ ଦ୍ୱାରା ନିର୍ମାଣ ଧିବା ଡ୍ରେନେଜ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦାରଖ ଗ୍ରସ୍ତରେ ମନ୍ତ୍ରୀ ସହ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତିଙ୍କ ସହ ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀ ଉପସ୍ଥିତ ଥିଲେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!