Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ନିର୍ମିତ ହେବ ଇସ୍କନ୍ ମନ୍ଦିର

by ସଞ୍ଜୟ ସ୍ୱାଇଁ
February 21, 2020
in Feature News
ନୟାଗଡ଼ରେ ନିର୍ମିତ ହେବ ଇସ୍କନ୍ ମନ୍ଦିର
27
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ନିର୍ମିତ ହେବାକୁ ଯାଉଛି ଏକ ଇସ୍କନ୍ ମନ୍ଦିର \”ଇସ୍‌କନ୍ ଭୁବନେଶ୍ୱର\’ ଦ୍ୱାରା ଅନୁମୋଦିତ ଏକ ଇସ୍କନ୍ ମନ୍ଦିରର ଶାଖା ନୟାଗଡ଼ ସହରରେ ଖୁବ୍‌ଶୀଘ୍ର ନିର୍ମିତ ହେବାକୁ ଯାଉଛି । ଏ ନେଇ ଆଜି ନୟାଗଡ଼ ରେଳଷ୍ଟେସନ୍ ନିକଟବର୍ତ୍ତୀ ରେଳଲାଇନ୍ ପାଶ୍ୱର୍ ତଥା ନିର୍ମାଣାଧିନ ବଲାଙ୍ଗିବନ୍ଧ ପଛ ପାଶ୍ୱର୍ରେ ଥିବା ଶିଆଳିଖୋଲ ଠାରେ ୨୦ ଡିସିମିଲ୍ ଜାଗା ଉପରେ ଏହି ନୂତନ ମନ୍ଦିରର ନିର୍ମାଣ ଲାଗି ଏଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଏବଂ ପଶୁସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଭୁମିପୂଜା କାର୍ଯ୍ୟ ଉଦ୍‌ଘାଟନ କରିବା ସହ ମନ୍ଦିରର ଶିଳାନ୍ୟାସ କରିଥିଲେ । ଏଥିସହିତ ଏହି ମନ୍ଦିର ନିର୍ମାଣ ହେଲେ ଏ ଅଞ୍ଚଳରେ ଲୋକମାନେ ପ୍ରଭୁ ରାଧାକୃଷ୍ଣଙ୍କର ଦର୍ଶନ, ନାମ ସଂକୀର୍ତ୍ତନ କରିବା ସହ ଏ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ଉପଭୋଗ କରିବାର ସୁଯୋଗ ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଲକ୍ଷ୍ମୀପ୍ରସାଦ ଗ୍ରାମର ବିଜୟ କୁମାର ପୃଷ୍ଟି ଏହି ମନ୍ଦିର ନିର୍ମାଣ ଲାଗି ୨୦ ଡିସମିଲ ଜାଗା ପ୍ରଭୁଙ୍କ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଦାନ କରିଥିବା ବେଳେ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍କନ୍ ଭୁବନେଶ୍ୱରରୁ ଆସିଥିବା ସତ୍ୱତପତି ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଶାଖା ଇସ୍କନ୍‌ର ଦିବ୍ୟନାମ ପ୍ରଚାର କେନ୍ଦ୍ରର ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ପରମହଂସ ମହାନ୍ତି, କୋଷାଧ୍ୟକ୍ଷ ରେବତୀ ରମଣ ଦାସ ପ୍ରମୁଖ ମଧ୍ୟ ମଞ୍ଚାସୀନ ଥିଲେ । ପ୍ରାୟ ଏକବର୍ଷ ମଧ୍ୟରେ ଏହି ମନ୍ଦିର କାର୍ଯ୍ୟ ଶେଷ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଭକ୍ତ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!