ନୟାଗଡ଼, (ବାଘୁଆବାର୍ତ୍ଥା) : ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଆଜି ଜିଲ୍ଲା ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରରିପେକ୍ଷିରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ମନୋନୀତ କରାଯାଇଛି । ଶ୍ରୀଯୁକ୍ତ ବେହେରା ପ୍ରଥମ କରି ଦଶପଲ୍ଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟ ହୋଇଥିବା ବେଳେ ଦଳ ତାଙ୍କୁ ସଭାପତି ପଦ ଦେଇ ଆସ୍ଥା ପ୍ରକଟ କରିଛି । ଶ୍ରୀଯୁକ୍ତ ବେହେରା ପୂର୍ବରୁ ଜଣେ ପ୍ରଶାସକ ଭାବେ କାର୍ଯ୍ୟକରି ପ୍ରଶଂସାର ପାତ୍ର ପାଲଟିଥିଲେ । ଏନେଇ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଇଛନ୍ତି ।





