Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧୋକାବାଜ ପ୍ରେମିକକୁ ବାନ୍ଧିଲା ପୋଲିସ

by ସଞ୍ଜୟ ସ୍ୱାଇଁ
July 13, 2022
in Crime, State
ଧୋକାବାଜ ପ୍ରେମିକକୁ ବାନ୍ଧିଲା ପୋଲିସ
105
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ପ୍ରଥମେ ପ୍ରେମ, ତାପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଶେଷରେ ପ୍ରତାରଣା। ପ୍ରେମିକାକୁ ପ୍ରତାରଣା କଲା ଧୋକାବାଜ ପ୍ରେମିକ। ଉଭୟ ଯୁବତୀ ଓ ଯୁବକ ଉଚ୍ଚ ଶିକ୍ଷିତ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି କୋରାପୁଟ ସହରରୁ। ଉଭୟ ଯୁବକ-ଯୁବତୀ କୋରାପୁଟର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢାଇ ଆସୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢିଉଠିଲା । ପରେ ପ୍ରେମରେ ବଦଳି ଯାଇଥିଲା ବନ୍ଧୁତା । ପ୍ରେମ ସମ୍ପର୍କ ଏତେ ନିବିଡ ହେଲା ଯେ ବିବାହ କରିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଲା ଶାରୀରିକ ସମ୍ପର୍କ । ୩ ବର୍ଷ ସମ୍ପର୍କ ଭଲରେ କଟିବା ପରେ ଯୁବକ ଜଣଙ୍କ ସରକାରୀ ଚାକିରୀ ପାଇବା ପରେ ବିବାହ କରିବାକୁ କହିଥିଲେ ପ୍ରେମିକା। ସରକାରୀ ଚାକିରୀ ମିଳିବା ପରେ ଉଭୟ ଜୟପୁର କୋର୍ଟରେ ବିବାହ ପାଇଁ ଆବେଦନ ମଧ୍ୟ କରିଥିଲେ। ତେବେ ବିବାହର ଧାର୍ୟ୍ୟ ତାରିଖରେ ଏକ ନାଟକୀୟ ଢଙ୍ଗରେ ଚମ୍ପଟ ମାରିଲେ ପ୍ରେମିକ। ପରେ ପ୍ରେମିକ ଜଣଙ୍କ ଫେରିଥିଲେ । ବିବାହ ପାଇଁ ରାଜି ହୋଇ ଘରକୁ ମଧ୍ୟ ଯାଇଥିଲେ । କିନ୍ତୁ ପରେ ଘରକୁ ଯାଇ ବିବାହ କରିବାକୁ ମନାକରିଦେଇଥିଲେ ଯୁବକ । ଶେଷରେ ପ୍ରେମିକା ନ୍ୟାୟ ପାଇଁ ମହିଳା ଥାନାର ଦ୍ବାରସ୍ଥ ହେବା ପରେ ବନ୍ଧା ହୋଇଛି ଧୋକାବାଜ ପ୍ରେମିକ। ଏବେ ପ୍ରେମିକ ଜୟପୁର ଜେଲରେ ଅଛନ୍ତି । ସେପଟେ ଧୋକା ଦେଇଥିବା ପ୍ରେମିକକୁ ଉଚିତ ଦଣ୍ଡ ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି ପ୍ରେମିକା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!