ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ନାମରେ ଫେକ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ ଆରମ୍ଭ ହୋଇଛି । କେହି ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କ ଫଟୋ ସହ ୯୬୬୩୪୨୨୨୮୭ ନମ୍ବରରେ ହ୍ୱାଟ୍ସପ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ କରିଛନ୍ତି । ସେ ବ୍ୟକ୍ତି ସାମ୍ବାଦିକ ମାନଙ୍କୁ ଟାର୍ଗେଟ କରିଛି । ଆମାଜନ ପେ ଗିଫ୍ଟ କାର୍ଡ ମାଗୁଥିବାର ଜଣାପଡ଼ିଛି । ତୁରନ୍ତ ଏହି ଠକ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।





