ବେଗୁନିଆ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତଃ ବେଗୁନିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ସୁଚନାନୁସାରେ ଆଜି ବେଗୁନିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ ଏକ ବିଲ କରିଦେବା ପାଇଁ ଜଣଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଜଣେ ଅଭିଯୋଗକାରୀ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ କର୍ତ୍ତୁପକ୍ଷ କବଜା କରିଥିଲେ । ଯନ୍ତ୍ରୀଙ୍କ ଠାରୁ ସମସ୍ତ ଟଙ୍କାକୁ ଜବତ କରାଯାଇଛି । ଏ ନେଇ ଭିଜିଲାନ୍ସ ପକ୍ଷରୁ ୧୯/୨୦୨୨ ରେ ମାମଲା ରୁଜୁ କରାଯାଇଛି ।





