Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧରାପଡ଼ିଲେ ଟଙ୍କା ସହ ଏଟିଏମ୍‌ ଭ୍ୟାନ୍‌ ଲୁଟେରା, ଭ୍ୟାନ୍‌ ଡ୍ରାଇଭର ସହ ୫ ଜଣ ଗିରଫ

by ସଞ୍ଜୟ ସ୍ୱାଇଁ
July 12, 2022
in Crime, State
ଧରାପଡ଼ିଲେ ଟଙ୍କା ସହ ଏଟିଏମ୍‌ ଭ୍ୟାନ୍‌ ଲୁଟେରା, ଭ୍ୟାନ୍‌ ଡ୍ରାଇଭର ସହ ୫ ଜଣ ଗିରଫ
30
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ଧରାପଡ଼ିଲେ ଟଙ୍କା ସହ ଏଟିଏମ୍‌ ଭ୍ୟାନ୍‌ ଲୁଟେରା। ଏଥିସହ ଭ୍ୟାନ୍‌ରୁ ଲୁଟ୍ ହୋଇଥିବା ୫୭ ଲକ୍ଷ ଟଙ୍କାରୁ ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ କରିଛି ପୁଲିସ୍‌। ଏହି ଅଭିଯୋଗରେ ନୂଆପଡ଼ା ପୁଲିସ ଏଟିଏମ୍‌ ଭ୍ୟାନ୍‌ ଡ୍ରାଇଭର ଜୟରାମ ମାଝୀଙ୍କ ସହ ୫ ଜଣଙ୍କୁ ଗିରଫ କରିଛି। କୋମନା ଥାନା ଅଞ୍ଚଳରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର କହିଛନ୍ତି। ସୁରକ୍ଷା କର୍ମୀ ଓ ଏଟିଏମ୍‌ କର୍ମଚାରୀଙ୍କୁ ଚକ୍‌ମା ଦେଇ ଗତ ୬ ତାରିଖରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ରୁ ୫୭ ଲକ୍ଷ ଭର୍ତ୍ତି ଏଟିଏମ୍‌ ଭ୍ୟାନ୍‌ ଧରି ଚମ୍ପଟ ମାରିଥିଲା ଅସ୍ଥାୟୀ ଡ୍ରାଇଭର ଜୟରାମ ମାଝୀ। ସେ ଭ୍ୟାନ୍‌କୁ ଭରୁଆକାନୀ ଜଙ୍ଗଲରେ ଛାଡ଼ି ଟଙ୍କା ଧରି ଚମ୍ପଟ ମାରିଥିଲା। ଏଥିରେ ତାଙ୍କୁ ସହଯୋଗ କରିଥିଲେ ୪ ଜଣ। ଜୟରାମ ଲୁଟ୍‌ କରିବା ପରେ ନିଜ ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଥିଲା। ପୁଲିସ୍‌ ହାତରେ ଧରା ପଡ଼ିଯିବା ଭୟରେ ଠକଣା ବଦଳାଉଥିଲା। ନିଜ ସଂପର୍କୀୟଙ୍କ ଘରକୁ ଯିବା ଲାଗି ବିଭିନ୍ନ ଗାଡ଼ି ବ୍ୟବହାର କରିଥିଲା। ସେ ପ୍ରଥମେ ଅଟୋ, ପରେ ସାଇକେଲ, ତା’ପରେ ବାଇକ ଓ ଶେଷରେ କାର୍‌ରେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ନୂଆପଡ଼ା ଏସ୍‌ପି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!