Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୧୧ ରନ୍

by ସଞ୍ଜୟ ସ୍ୱାଇଁ
July 12, 2022
in Sports, WORLD
ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୧୧ ରନ୍
118
VIEWS
Share on FacebookShare on Twitter

ଲଣ୍ଡନ, (ବାଘୁଆବାର୍ତ୍ତା): ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଲଣ୍ଡନର ଓଭାଲ ଷ୍ଟାଡିୟମରେ ପ୍ରଥମ ଦିନିକିୟା ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଭାରତୀୟ ବୋଲରଙ୍କ ବୋଲିଂରେ ଧରାଶାୟୀ ହୋଇଛି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ସେହିପରି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିଜର ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୦ ରନ୍ କରିବାକୁ ସକ୍ଷମ ହୋଇଛି । ଭାରତୀୟ ଘାତକ ବୋଲର ଜଶପ୍ରୀତ ବୁମରାହଙ୍କ ବୋଲିଂ ଆଗରେ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନମାନେ ତିଷ୍ଟି ପାରିନାହାନ୍ତି । ମାତ୍ର ୨୫.୨ ଓଭର ଚାଲିଥିବା ବେଳେ ସମସ୍ତ ୱିକେଟର ପତନ ଘଟିଛି । ୫୦ ଓଭର ବିଶିଷ୍ଟ ଏହି ମ୍ୟାଚରେ କେବଳ ଅଧା ଓଭର ଖେଳ ଚାଲିଥିଲା। ଆରମ୍ଭରୁ ହିଁ ଜଶପ୍ରୀତ ଏବଂ ଶାମି ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଭଲ ଆରମ୍ଭ ଦେବାକୁ ସୁଯୋଗ ଦେଇନଥିଲେ। ଇଂଲଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜେସନ ରୟ ଏବଂ ଜନି ବେୟାରଷ୍ଟୋ ଦଳକୁ ଭଲ ଆରମ୍ଭ ଦେବାରେ ବିଫଳ ହୋଇଥିଲେ । ଜେସନ ଖାତା ନଖୋଲିପାରି ବୁମରାହଙ୍କ ଓଭରରେ ବୋଲ୍ଡ ଆଉଟ୍ ହୋଇଥିଲେ । ସେହିପରି ବେୟାରଷ୍ଟୋ ମଧ୍ୟ ବୁମରାହଙ୍କ ଶେଷ ବଲରେ କ୍ୟାଚ ଆଉଟ୍ ହୋଇଥିଲେ । ଏହାପରେ ଇଂଲଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟ୍ ଗଳିଥିଲା । ଅଧିନାୟକ ଜୋସ ବଟଲର କିଛି ସମୟ କ୍ରୀଜରେ ଅବଶ୍ୟ ରହିଥିଲେ । ୩୦ ରନ କରି ଶାମିଙ୍କ ଓଭରରେ ଆଉଟ୍ ହୋଇଥିଲେ । ଇଂଲଣ୍ଡର ଚାରି ଜଣ ବ୍ୟାଟ୍ସମ୍ୟାନ ଖାତା ନଖୋଲିପାରି ଆଉଟ୍ ହୋଇଥିଲେ । ସେହିପରି ତିନି ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତୀୟ ଦଳ ପକ୍ଷରୁ ଜଶପ୍ରୀତ ବୁମରାହ ୭ ଓଭର ବୋଲିଂ କରି ୧୯ ରନ ବିନିମୟରେ ସର୍ବାଧିକ ୬ ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ମହମ୍ମଦ ଶାମି ୭ ଓଭର ବୋଲି କରି ୩୧ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଏମାନଙ୍କ ବ୍ୟତୀତ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଏବେ ଭାରତକୁ ବିଜୟ ପାଇଁ ୧୧୧ରନର ସହଜ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶିଖର ଧୱନ ଓପନିଂ କରିବେ । ଯଦି ଭାରତ ଆଜିର ମ୍ୟାଚରେ ବିଜୟୀ ହୁଏ ତେବେ ଏହି ସିରିଜରେ ୧-୦ରେ ଆଗୁଆ ରହିବ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!