Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କୁଟି ହ୍ୟାଣ୍ଡେଲରୁ ଝାମ୍ପି ନେଇ ଚାଲିଗଲେ ଟଙ୍କା ଭର୍ତ୍ତି ବ୍ୟାଗ୍

by ସଞ୍ଜୟ ସ୍ୱାଇଁ
July 12, 2022
in Crime, State
ସ୍କୁଟି ହ୍ୟାଣ୍ଡେଲରୁ ଝାମ୍ପି ନେଇ ଚାଲିଗଲେ ଟଙ୍କା ଭର୍ତ୍ତି ବ୍ୟାଗ୍
45
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଆଖି ଆଗରେ ଝାମ୍ପି ନେଇ ଚାଲିଗଲେ ୩ ଲକ୍ଷ ୬୦ ହଜାର ଟଙ୍କା। ସ୍କୁଟି ହ୍ୟାଣ୍ଡଲରେ ଜଣେ ବ୍ୟକ୍ତି ଏହି ଟଙ୍କାକୁ ବ୍ୟାଗ୍‌ରେ ଭର୍ତ୍ତି କରି ଟାଙ୍ଗି ଥିଲେ। ସାମାନ୍ୟ ଅନ୍ୟମନସ୍କ ହୋଇ ତଳେ ପଡ଼ିଯାଇଥିବା ସ୍କୁଟି ଚାବିକୁ ଉଠାଇବା ବେଳେ ଏହି ଘଟଣା ଘଟିଛି। ଆଜି ରାଉରକେଲାର ଗାନ୍ଧିରୋଡ୍‌ରେ ରହୁଥିବା ଅମୀର ଗୁପ୍ତା ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି। ସେ ସ୍ଥାନୀୟ ସିଭିଲ ଟାଉନ ସିପି ICICI BANK ରୁ ଏହି ଟଙ୍କା ଉଠାଇ ଥିଲେ। ଏକ ଆକ୍ଟିଭାରେ ଏହି ଟଙ୍କା ବ୍ୟାଗ୍ ଓହଳାଇ ଘରକୁ ବାହାରିଥିଲେ। ବାଟରେ ଯାଉଥିବା ବେଳେ ଏକ ସ୍ଥାନରେ ଅଟକି ଥିଲେ। ଏହି ସମୟରେ ହାତରେ ଧରିଥିବା ଗାଡ଼ି ଚାବିଟି ତଳେ ପଡ଼ିଯାଇଥିଲା। ସେ ଚାବିକୁ ଆଣିବା ନିମନ୍ତେ ତଳକୁ ନଇଁ ପଡ଼ିଥିବା ବେଳେ ହଠାତ୍ ଏକ କଳା ରଙ୍ଗର ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ୍ ଭିଡ଼ି ନେଇଥିଲେ। ହେ ହେ ଧର ଧର କହିବା ବେଳକୁ ଦ୍ରୁତବେଗରେ ଏହି ଦୁର୍ବୃତ୍ତ ଘଟଣାସ୍ଥଳରୁ ଅନ୍ତଧ୍ୟାନ ହୋଇଯାଇଥିଲେ। ତେଣୁ ଏହି ଲୁଟେରାଙ୍କ ମୁହଁ ଦେଖିବା ସମ୍ଭବ ହୋଇପାରି ନ ଥିଲା ବୋଲି ଅମୀର କହିଛନ୍ତି। ଏନେଇ ସେ ପୁଲିସରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସେ ଅନେକ ଥର ଏଭଳି ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବ୍ୟାଗରେ ଧରି ଘରକୁ ଆସିଛନ୍ତି। ବୁଲିବୁଲି ବକେୟା ବାଣ୍ଟିଛନ୍ତି। ହେଲେ ହଠାତ୍ ଆଜି ଏଭଳି ଟଙ୍କା ଲୁଟ୍ ହେବା ତାଙ୍କୁ ଚକିତ କରିଛି ବୋଲି ସେ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!