Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ମନ୍ତ୍ରୀଙ୍କ ଆହ୍ୱାନ

by ସଞ୍ଜୟ ସ୍ୱାଇଁ
February 19, 2020
in Education
ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ମନ୍ତ୍ରୀଙ୍କ ଆହ୍ୱାନ
20
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ): ବିଶ୍ୱ ବ୍ୟାଙ୍କ ସହାୟତାରେ ଓଡ଼ିଶା ହାୟର ଏଜୁକେସନ ପୋଗ୍ରାମ ଫର୍ ଏକ୍ସିଲନ୍ସି ଆଣ୍ଡ ଇଳ୍ୟୁଇଟ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଦିଗଦର୍ଶନ କର୍ମଶାଳାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ବିକାଶ, ପ୍ରଶାସନିକ ପରିଚାଳନା ଓ ଦକ୍ଷତା ବିକାଶ ଆଦିକୁ ଗୁରୁତ୍ୱ ଦେଇ ମତ ରଖିଛନ୍ତି । ଶିକ୍ଷାରେ ବିନିଯୋଗ ହେଉଥିବା ଅର୍ଥ ହେଉଛି ମାନବ ପାଇଁ ଶ୍ରେଷ୍ଠ ପୁଞ୍ଜି ଲଗାଣ, ବିଶ୍ୱ ବ୍ୟାଙ୍କ ସହାୟତାରେ ପରିଚାଳିତ ଏହି କାର୍ଯ୍ୟକ୍ରମର ସପଳ ଋପାୟନ କରି ଶିକ୍ଷା ବ୍ୟବସ୍ଥାରେ ଉନ୍ନତୀ ଆଣିବା ସହିତ ଛାତ୍ରଛାତ୍ରୀଙ୍କୁ ଏହାର ସୁଫଳ ଯୋଗାଇ ଦେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମହାବିଦ୍ୟାଳୟର ଭିତ୍ତିଭୂମୀର ବିକାଶ, ଶିକ୍ଷାନୁଷ୍ଠାନରେ ଉତ୍ତମ ବାତାବରଣ ସୃଷ୍ଟି କରିବା, ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ କରି ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ୨୦୧୮ରୁ ୨୦୨୨ ଆର୍ଥିକ ବର୍ଷ ମଧ୍ୟରେ ୧୭୦ ମିଲିୟନ ଆମେରିକିୟ ଡଲାର ବିନିଯୋଗ କରାଯିବ । ରାଜ୍ୟର ଏଗାରଟି ସରକାରୀ ବିଶ୍ୱ ବିଦ୍ୟାଳୟ, ୧୩୭ଟି ମହାବିଦ୍ୟାଳୟକୁ ଅନ୍ତଭୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୭୦ଟି ମହାବିଦ୍ୟାଳୟ ସଂଯୋଗ କରାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ୩୭ଟି ଏବଂ ୧୧ଟି ବିଶ୍ୱ ବିଦ୍ୟାଳୟକୁ ଅନ୍ତଭୂକ୍ତ କରାଯାଇଛି । ଶିକ୍ଷାନୁଷ୍ଠାନର ନାକ ମାନ୍ୟତା ହାସଲ, ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ୍ ବି. ପରିଚାଳନା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!