Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରକ୍ ଚଢାଇ ଦୁଇ ଜଣଙ୍କୁ ହତ୍ୟା କରିବା ଘଟଣାରେ ବ୍ୟବହୃତ ଟ୍ରକ୍ ଜବତ

by ସଞ୍ଜୟ ସ୍ୱାଇଁ
July 11, 2022
in Crime, State
ଟ୍ରକ୍ ଚଢାଇ ଦୁଇ ଜଣଙ୍କୁ ହତ୍ୟା କରିବା ଘଟଣାରେ ବ୍ୟବହୃତ ଟ୍ରକ୍ ଜବତ
43
VIEWS
Share on FacebookShare on Twitter

ଆଠଗଡ, (ବାଘୁଆବାର୍ତ୍ତା): ଆଠଗଡ ତିଗିରିଆରେ ଟ୍ରକ୍ ଚଢାଇ ଦୁଇ ଜଣଙ୍କୁ ହତ୍ୟା କରିବା ଘଟଣାରେ ବ୍ୟବହୃତ ଟ୍ରକ୍ ଜବତ ହୋଇଛି । ଟ୍ରକ୍‌କୁ ତିଗିରିଆ ଥାନା ପୋଲିସ ଜବତ କରିଛି । ରେଜିଷ୍ଟ୍ରେସନ ନମ୍ବର ସତ୍ୟତା ଜାଣିବାକୁ ପୋଲିସ ଆରଟିଓଙ୍କ ସହାୟତା ଲୋଡ଼ିଛି । ଉଲ୍ଲେଖଯୋଗ୍ୟ ଯେ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାରମ୍ବାର ଗାଡ଼ି ଚଢାଇ ଦୁଇ ଜଣଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଭାପୁର ଅଞ୍ଚଳରୁ ନିଜର ଝିଅ ବାହାଘର ପାଇଁ ଜିନିଷ ପତ୍ର କିଣି ଘରକୁ ଫେରୁଥିବା ବେଳେ ହଠାତ ୫ରୁ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆତର୍କିତ ମରଣାତ୍ମକ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ପରେ ଅନ୍ୟ ଦୁଇ ଭାଇଙ୍କୁ ମାଡ ମାରି ତଳେ ପକାଇ ଅତି ନୃଶଂସ ଭାବେ ବାରମ୍ବାର ଟ୍ରକ୍ ଚଢାଇ ହାତ୍ୟା କରିଥଲେ ଦୁର୍ବୃତ୍ତ । ଅତି ଚତୁରତାର ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଯାହାର ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ମୃତକ ଦୁଇ ଜଣ ଭିରୁଡ଼ା ଗରପଡା ହରିଜନ ସାହିର ଦୁଇ ଭାଇ ଶରତ ଦେହୁରୀ ଏବଂ ଲକ୍ଷ୍ମଣ ଦେହୁରୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!