ନୟାଗଡ଼, (ବାଘୁଆବାର୍ତ୍ତା): ଗଣିଆରେ ଥିବା ରଘୁନାଥ ଜୀଉ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି । ଏହି ଶିବିର ଦୀର୍ଘ ୧୨ ଦିନ ଧରି ଚାଲୁ ରହିଥିଲା । ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମା ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ସୁରେନ୍ଦ୍ର କୁମାର ମିଶ୍ର,ଅଧ୍ୟ୍ୟାପିକା ଅନିତା ପଟ୍ଟନାୟକ,ଦିପ୍ତିମୟୀ ବେହେରା,କ୍ରିଡା ଶିକ୍ଷକ ଶେଷଦେବ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବାଳିକା ମାନେ ଆତ୍ମ ନିର୍ଭରଶୀଳ ହେବା ପାଇଁ ସରକାରଙ୍କର ଏଭଳି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବାଳିକା ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର,ନିର୍ଯ୍ୟାତନା ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ନାରୀ ସଶକ୍ତିକରଣ,ବାଳିକା ଆତ୍ମରକ୍ଷା ତାଲିମ ଶିବିରର ଆବଶ୍ୟକତା ରହିଛି ବୋଲି ଅଧ୍ୟକ୍ଷ ମତ ଦେଇଥିଲେ । ମହାବିଦ୍ୟାଳୟର ପ୍ରାୟ ୧୦୦ରୁ ଅଧିକ ଛାତ୍ରୀ ଏହି ତାଲିମ ଶିବିରରେ ଯୋଗ ଦେଇଥିଲେ । ଶେଷରେ ଓଡିଆ ଅଧ୍ୟ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।






