ବରଗଡ, (ବାଘୁଆବାର୍ତ୍ତା): ବରଗଡ଼ ସଦର ଥାନା ଅନ୍ତର୍ଗତ ବନବାସପାଲିରୁ ପୋଲିସ ବିପୁଳ ପରିମାଣର କଫ୍ ସିରପ୍ ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ବନବାସପାଲିର ଦୟା ସାଗର ବାଗ ବୋଲି ପୋଲିସ ସୂଚନା ଦେଇଛି । ସଦର ପୋଲିସ ଅଭିଯୁକ୍ତଠାରୁ ୭୩୦ ବୋତଲ କଫ୍ ସିରପ୍ ଜବତ କରିଛି । ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଛାୟତଙ୍କ ନେତୃତ୍ବରେ ସଦର ଥାନା ପୋଲିସ ଚଢାଉରେ ସାମିଲ ଥିଲେ । ଏ ନେଇ ସଦର ପୋଲିସ କେଶ ନମ୍ବର ୨୦୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଆଗକୁ ଯେପରି ଜିଲ୍ଲାରେ ନିଶା କାରବାର ବନ୍ଦ ରହିବ ସେନେଇ ବ୍ୟାପକ ଭାବେ ଚେକିଂ କରିବା ସହ ଲୋକଙ୍କୁ ସଚେତନ କରାଯାଉଥିବା ବରଗଡ ଏସଡିପିଓ ଦୀପକ ଗୋଛାୟତ ସୂଚନା ଦେଇଛନ୍ତି ।





