ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଆଇନ୍ସେବା ପ୍ରାଧିକରଣ ଆନୁକୂଲ୍ୟରେ ଇନ୍ସ୍ପାୟାର୍ ରେସିଡେନ୍ସିଆଲ କଲେଜରେ ସାଇବର ଅପରାଧକୁ ରୋକିବା ଦିଗରେ ଏକ ଆଇନ୍ ସଚେତନତା ଶିବିର ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସିଜେଏମ୍ ମାନସ କୁମାର ପଣ୍ଡା ଉଦ୍ଘାଟନ କରି ସାଇବର କ୍ରାଇମ୍କୁ କିପରି ରୋକାଯିବ ଓ ଆଇନ୍ରେ ଥିବା ବିଧିବ୍ୟବସ୍ଥା ଦିଗରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସଚିବ ରଞ୍ଜୁଲତା ଲେଙ୍କା ଏହି ଶିବିରର ଆୟୋଜନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା କୋର୍ଟର ବିଚାରପତି ପ୍ରଜ୍ୟୋତି ରାଉତ, ଦେୱାନୀ ବିଚାରପତି ମୁସାରତ୍ ଜାହିନ୍, ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ପ୍ରତିମା ସାହୁ, ଦିପ୍ତିମୟୀ, ଆଇନ୍ଜୀବୀ ଆସଫ୍ଅଲ୍ଲୀ ମହମ୍ମଦ, ଇନ୍ସ୍ପାୟାର କଲେଜର ନିର୍ଦ୍ଦେଶକ ସଞ୍ଜୟ କୁମାର ପ୍ରଧାନ ଏବଂ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ପ୍ରମୋଦ କୁମାର ମହାନ୍ତି ଏବଂ କଲେଜର କର୍ମଚାରୀମାନେ ସହଯୋଗ କରିଥିଲେ ।






