Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ ବଜେଟ, କୃଷିପାଇଁ ୧୯୪୦୮ କୋଟି

by ସଞ୍ଜୟ ସ୍ୱାଇଁ
February 18, 2020
in Breaking, Feature News
ରାଜ୍ୟ ବଜେଟ, କୃଷିପାଇଁ ୧୯୪୦୮ କୋଟି
17
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଧାନସଭାରେ ୨୦୨୦-୨୧ ବର୍ଷ ପାଇଁ କୃଷି ବଜେଟ ଉପସ୍ଥାପନ କରିଛନ୍ତି । ଏଥିପାଇଁ ୧୯୪୦୮ କୋଟି ବ୍ୟୟ ବରାଦ କରାଯାଇଛି । କୃଷକଙ୍କ ଆୟବୃଦ୍ଧି ସହିତ କୃଷକଙ୍କର ସମୃଦ୍ଧି ଓ କୃଷିନୀତି ୨୦୨୦କୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । କାଳିଆ ଯୋଜନାପାଇଁ ୩୧୯୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଭାବେ ଓୟୁଏଟିକୁ ଉତ୍କର୍ସ କେନ୍ଦ୍ରରେ ପରିଣତ କରିବାପାଇଁ ଲକ୍ଷ୍ୟ ରହିଥିବା ବେଳେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ୬୦କୋଟି ବ୍ୟୟବରାଦ ହୋଇଛି । ୨୦୨୦-୨୧ରେ ୧ଲକ୍ଷ ୮୪ ହେକ୍ଟର ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ରଖାଯାଇଛି । ସାର ଯୋଗାଣ ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି କରାଯାଇଛି । ଆଗାମୀ ୫ବର୍ଷରେ କୃଷକମାନଙ୍କର ଆୟ ଉତ୍ପାଦନ ବୃଦ୍ଧି ଉପରେ ଫୋକସ୍ ରଖାଯାଇଛି । ଜଳସଂରକ୍ଷଣ ପାଇଁ ପ୍ରମୁଖ ନଦୀରେ ଇନ୍‌ଷ୍ଟିନ୍ ଷ୍ଟୋରେଜ୍ ଷ୍ଟ୍ରକ୍‌ଚର ପାଇଁ ୫ବର୍ଷରେ ୧୨ହଜାର କୋଟି ଖର୍ଚ୍ଚ ହେବ । କୃଷିକ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତ ରହିଛି ବୋଲି ଆଜି ବଜେଟ୍‌ରେ ଉପସ୍ଥାପନ କରିଛନ୍ତି । ବିହନ ପାଇଁ ୧୦୦ କୋଟି ଓ ସାର ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ୧.୮୪ ଲକ୍ଷ ହେକ୍ଟରକୁ ଜଳଯୋଗାଣ ପାଇଁ ବ୍ୟବସ୍ଥା ରହିଛି । ବିଗତ ୫ବର୍ଷ ମଧ୍ୟରେ ୬ଟି ବୃହତ୍ତ ଜଳସେଚନ ପ୍ରକଳ୍ପ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି ବ୍ୟୟ ବରାଦ କରାଯାଇଛି । ରୁଫ୍‌ଟପ୍ ଓ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ୫ବର୍ଷରେ ୨୪୬କୋଟି ଖର୍ଚ୍ଚ ହେବ । ସେହିପରି ଭାବେ ୧୫ଗୋଟି ଜିଲ୍ଲାରେ ୧୦ହଜାର ପୋଖରୀ ନବୀକରଣ ପାଇଁ ଯୋଜନା କରାଯାଇଥିବା ଜଣାଯାଇଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!