Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ପ୍ରସ୍ତୁତି ବୈଠକ

by ସଞ୍ଜୟ ସ୍ୱାଇଁ
February 18, 2020
in Feature News

Notice: Trying to access array offset on value of type bool in /home/thecvdsw/baghuabarta.com/wp-content/themes/jnews/class/Single/SinglePost.php on line 1000
39
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ପ୍ରସିଦ୍ଧ ଲଙ୍କାକୋଡି ଯାତ୍ରା-୨୦୨୦ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡିଙ୍କ ପୌରହିତ୍ୟରେ ମଙ୍ଗଳବାର ରାତ୍ର ୭ଟା ସମୟରେ ଶ୍ରୀରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ୨୧୮ ବର୍ଷରେ ଆସି ପହଞ୍ଚିଛି । ଆସନ୍ତା ଏପ୍ରିଲ ୨ରୁ ଶ୍ରୀରାମ ଜନ୍ମ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଚଉଦ ଦିନ ଧରି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଶ୍ରୀଶ୍ରୀ ରଘୁନାଥ ଜୀଉ ଲଙ୍କାପୋଡ଼ି ଯାତ୍ରା କମିଟି ସ୍ଥିର କରିଛି । ଯାତ୍ରାର ମୁଖ୍ୟ ଉତ୍ସବ ଏପ୍ରିଲ ୧୪ ତାରିଖରେ ଲଙ୍କାପୋଡି (ରାବଣବଧ) ହେବ । ଚଳିତ ବର୍ଷ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ମିନାବଜାର, ମାଗଣା ଅପେରା, ରାମଦୋଳି, ପ୍ରତିଷ୍ଠି ଲୋକନୃତ୍ୟ ଦଳ, ମେଲୋଡି, ବିଭିନ୍ନ କିସମର ଆତସବାଜୀ, ପଲ୍ଳିଶ୍ରୀମେଳା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୁଖ୍ୟ ଆକର୍ଷଣ ୩୫ ଫୁଟ ଉଚ୍ଚର ଚଳମାନ କାଷ୍ଠ ନିର୍ମିତ ରାବଣ ଓ ପୁଷ୍ପକ ଯାନକୁ ଅଧିକ ସୁସଜ୍ଜିତ କରାଯିବ । ଅଭଙ୍ଗ ପରମ୍ପରାରେ ବହନ କରିଥିବା ଯାତ୍ରାର ଶ୍ରୀରାମଲୀଳାର ବିଭିନ୍ନ ପ୍ରସଙ୍ଗକୁ ଜୀବନ୍ତ ରୂପ ଦେବା ସକାଶେ ମଞ୍ଚକୁ ମେଢ ସହାୟତାରେ ସଜାଯିବ । ଯାତ୍ରାର ସୁପରିଚାଳନା ନିମନ୍ତେ ବିଭିନ୍ନ ବିଭାଗ ଅର୍ଥ, ସାଂସ୍କୃତିକ, ଆତସବାଜୀ, ପ୍ରଚାର ଓ ପ୍ରସାର, ଶାନ୍ତିଶୃଙ୍ଖଳା, ଅଭ୍ୟର୍ଥନା, ଉପାଧି (ପ୍ରାସଦ ବଣ୍ଟନ), ଡାଳ ଛାମୁଣ୍ଡିଆ, ଲୋକନୃତ୍ୟ, କାଷ୍ଠ ରାବଣ ଓ ପୁଷ୍ପକ ବିମାନ ନିମନ୍ତେ ପୃଥକ ପୃଥକ ଭାବେ କମିଟି ଗଠନ କରାଯାଇଛି । ଏପ୍ରିଲ ୧୬ ତାରିଖ ଠାରୁ ୩ଦିନ ଧରି କୁଆଁରିଆ ମହୋତ୍ସବର ଆୟୋଜନ କରାଯିବ । ଏହି ମଞ୍ଚରେ ରାଜ୍ୟର ସୁପ୍ରତିଷ୍ଠିତ ଲୋକନୃତ୍ୟ, ସଂଗୀତ ଦଳଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବା ସହିତ ସାରସ୍ୱତ ସାହିତିୃକ, କବି, ପ୍ରଶାସନିକ ଅଧିକାରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କୁ ଆମନ୍ତ୍ରଣ କରାଯିବ । ଏହି ସମୟରେ ଆଦିବାସୀ ମେଳାର ମଧ୍ୟ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷର ଆୟ-ବ୍ୟୟର ହିସାବ ସମ୍ପାଦକ ସୂର୍ଯ୍ୟମଣୀ ଦାସ ଓ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଉପସ୍ଥାପନ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!