Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର ଠକଙ୍କ ନୁଆ ଚାଲ ଟାର୍ଗେଟରେ ଆଇଏଏସ୍‌, ଫସିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା

by ସଞ୍ଜୟ ସ୍ୱାଇଁ
July 8, 2022
in Crime, State
ସାଇବର ଠକଙ୍କ ନୁଆ ଚାଲ ଟାର୍ଗେଟରେ ଆଇଏଏସ୍‌, ଫସିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା
237
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶାରେ ସାଇବର ଠକଙ୍କ ପ୍ରଭାବ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ରାଜ୍ୟରେ ସାଇବର ଅପରାଧ ଓ ଠକେଇ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ହେଲପଲାଇନ୍ ନମ୍ବରଠୁ ଆରମ୍ଭ କରି ୧୪ଟି ସାଇବର ଥାନା ରହିଥିଲେ ମଧ୍ୟ ତାହା ପ୍ରଭାବହୀନ ହୋଇପଡ଼ିଛି । ସାଇବର ଠକଙ୍କ ଟାର୍ଗେଟରେ ଆଇଏଏସ୍ ଅଫିସରମାନେ ରହିଥିବାବେଳେ ଆଜି ଏହାର ଶିକାର ହୋଇଛନ୍ତି ବରିଷ୍ଠ ଆଇଏଏସ୍ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । ସେ ନିଜେ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ ମାଧ୍ୟମରେ ଉନ୍ନୟନ କମିଶନର ଶ୍ରୀ ଜେନା ଜଣାଇଛନ୍ତି ଯେ, ହ୍ୱାଟସଅପ୍ ମୋବାଇଲ ନମ୍ବର-୭୩୨୦୯୩୭୮୭୭ରୁ କେହି ଜଣେ ତାଙ୍କ ଫଟୋ ଲଗାଇ ଲୋକଙ୍କଠୁ ଅର୍ଥ ସହାୟତା ମାଗୁଥିବାର ଖବର ସେ ଜାଣିବାକୁ ପାଇଛନ୍ତି। ଏହାପରେ ସେ ସଙ୍ଗେସଙ୍ଗେ ଏନେଇ ସାଇବର ପୁଲିସକୁ ଅବଗତ କରି କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିବାବେଳେ ଯେଉଁମାନେ ଏଭଳି ମେସେଜ୍ ପାଉଛନ୍ତି ସେମାନେ ତୁରନ୍ତ ପୁଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି । କେହି ଜଣେ ତାଙ୍କ ନାଁରେ ଏଭଳି ଠକାମି କରୁଛି, ତେଣୁ ଏହାକୁ ବିଶ୍ୱାସ ନକରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ଯେଉଁ ମୋବାଇଲ ନମ୍ବରରୁ ହ୍ୱାଟସଅପ୍ ମେସେଜ୍ ଯାଉଛି ତାହା ତାଙ୍କର ନୁହେଁ କି ସେ ଏହାକୁ କେବେ ଉପଯୋଗ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ଗତକାଲି ଗଞ୍ଜାମ ଜିଲ୍ଲାପାଳ ତଥା ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ ସାଇବର ଥାନାରେ ଏଭଳି ଠକେଇର ଅଭିଯୋଗ କରିଛନ୍ତି । ତାଙ୍କ ନାଁରେ ହ୍ୱାଟସଅପ୍ ମେସେଜ୍ ପଠାଇ ଆର୍ଥିକ ସହାୟତା ଲୋଡ଼ୁଥିବା ନେଇ ସେ ଗତକାଲି ଜାଣିବା ପରେ ସଙ୍ଗେସଙ୍ଗେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଆଇଏଏସ୍ ପୁନମ ଗୁହାଙ୍କ ନାଁରେ ମଧ୍ୟ ସାଇବର ଠକମାନେ ହ୍ୱାଟସଅପ୍ ମେସେଜ୍ ମାଧ୍ୟମରେ ଅର୍ଥ ସହାୟତା ମାଗୁଥିବାର ଅଭିଯୋଗ ହୋଇଛି । ଏସବୁ ହ୍ୱାଟସଅପ୍ ମେସେଜରେ ସମ୍ପୃକ୍ତ ଅଫିସରମାନଙ୍କ ଫଟୋ ରହୁଥିବାରୁ ମେସେଜ୍ ପାଉଥିବା ବ୍ୟକ୍ତି ସହଜରେ ବିଶ୍ୱାସ କରି ଠକାମିର ଶିକାର ହେବାର ଆଶଙ୍କା ରହିଛି । ସୂଚନାଯୋଗ୍ୟ, ଗତବର୍ଷ ଆଇଏପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀ ଡାକ୍ତର ଅନୁଜା ତ୍ରିପାଠୀ ଓ ଓକାକର ସିଇଓ ମନୋଜ ପଟ୍ଟନାୟକଙ୍କ ମଧ୍ୟ ସାଇବର ଠକଙ୍କ ଶିକାର ହୋଇଥିଲେ । ଓଡ଼ିଶାରେ ୨୦୨୦ ମସିହାରେ ମୋଟ ୧୯୩୧ଟି ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୧ ମସିହାରେ ୨୦୩୭ଟି ସାଇବର ଠକେଇ ମାମଲା ରୁଜୁ ହୋଇଛି । ତେବେ ଗ୍ରାମାଂଚଳରେ ରହୁଥିବା ଅନେକ ଲୋକ ସଚେତନତା ଅଭାବରୁ ସାଇବର ଠକାମିର ଶିକାର ହୋଇ ମଧ୍ୟ ମାମଲା ରୁଜୁ କରୁନଥିବା ଜଣାପଡ଼ିଛି । ସାଇବର ଠକଙ୍କ ଏଭଳି ପ୍ରାଦୁର୍ଭାବ ଓଡ଼ିଶାର ସାଇବର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!