Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଟ୍ରିକ୍ ପରୀକ୍ଷା, ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ

by ସଞ୍ଜୟ ସ୍ୱାଇଁ
February 18, 2020
in Feature News
ମାଟ୍ରିକ୍ ପରୀକ୍ଷା, ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ
19
VIEWS
Share on FacebookShare on Twitter

 ମୋଟ୍ ୧୩ହଜାର ୨୩୧ଜଣ ପରୀକ୍ଷାର୍ଥ, ୭୫ ପରୀକ୍ଷା କେନ୍ଦ୍ର

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ସମସ୍ତ ଅଞ୍ଚଳରେ ବୁଧବାରଠାରୁ ମାଟ୍ରିକ୍ ପରୀକ୍ଷା ହେବାକୁ ଯାଉଛି । ଜିଲ୍ଲାରେ ମୋଟ୍ ୧୩ହଜାର ୨୩୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରେ ନିୟମିତ ଛାତ୍ରଛାତ୍ରୀ ୧୨ହଜାର ୬୮୪ଜଣ ଥିବାବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬୪ଜଣ ଏବଂ ପତ୍ରବିନିମୟ ଶିକ୍ଷା ମାଧ୍ୟମରେ ୨୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ରାଜ୍ୟ ମୁକ୍ତ ବିଦ୍ୟାଳୟର ୯୭ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୧୬୬ଜଣ ଏକ୍ସ ରେଗୁଲାର ପରୀକ୍ଷା ଦେବେ । ସମୁଦାୟ ୨୬୩ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ । ଏଥିନିମନ୍ତେ ୨୩୫ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ୭୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ ସୁପରିଚାଳନା ପାଇଁ କରିବା ପାଇଁ ୬ ଗୋଟି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ଜିଲ୍ଲାରେ ୨୭ଗୋଟି ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରାର ବ୍ୟବସ୍ଥା କରାଯାଇଛି । ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ଅଧିନରେ ୧୯ଗୋଟି ସ୍କୁଲକୁ ସଂଯୋଗ କରାଯାଇଥିବା ବେଳେ ଦଶପଲ୍ଲା ହାଇସ୍କୁଲକୁ ୧୩ଗୋଟି ସ୍କୁଲ, ଓଡ଼ଗାଁ ରଘୁନଥ ବିଦ୍ୟାପୀଠ ନୋଡାଲ ସେଣ୍ଟରରେ ୧୩ଗୋଟି ସ୍କୁଲ ସଂଯୋଗ କରାଯାଇଛି । ସେହିପରି ବି.ସି. ହାଇସ୍କୁଲ ରଣପୁରକୁ ୧୨ଗୋଟି ସ୍କୁଲ ସଂଯୋଗ କରାଯାଇଛି । ଜିଲ୍ଲାରେ ପାଂଚ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରାଯାଇଛି । ସେହିଭଳି ପରୀକ୍ଷାରେ ଅନିୟମିତା ରୋକିବା ପାଇଁ ଦୁଇଟି ସ୍ୱାର୍ଡ଼ ଦଳ ଗଠନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଜ୍ଞାନ ନିରିକ୍ଷକଙ୍କ ଦ୍ୱାରା ଗୋଟିଏ ସ୍ୱାର୍ଡ଼ ଦଳ ପରିଚାଳିତ ହେବାକୁ ସ୍ଥିର କରାଯାଇଥିବା ବେଳେ ଅନ୍ୟ ସ୍ୱାର୍ଡ଼ ଦଳକୁ ଗଣିଆ ବ୍ଲକ ଶିକ୍ଷା ଅଧିକାରୀ ଏବଂ ରଣପୁର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପରିଚାଳନା କରିବେ ବୋଲି ସୂଚନା ମିଳିଛି । ସେହିଭଳି ଉତ୍ତେଜନା ପ୍ରବଣ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବାକୁ ପୁଲିସ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଆସନ୍ତାକାଲି ପରୀକ୍ଷା ସମୟ ପୂର୍ବରୁ ପୁଲିସ ଫୋର୍ସ ବିଭିନ୍ନ ଉତ୍ତେଜନା ପ୍ରବଣ କେନ୍ଦ୍ରରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!