Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାଡ଼, ହସ୍ପିଟାଲରେ ଭର୍ତ୍ତି

by ସଞ୍ଜୟ ସ୍ୱାଇଁ
July 8, 2022
in WORLD
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାଡ଼, ହସ୍ପିଟାଲରେ ଭର୍ତ୍ତି
96
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ । ଜାପାନ ନାରା ସହରରେ ଏକ କାର୍ୟ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଆତତାୟୀ ଗୁଳି ମାଡ଼ କରିଥିବା ସୂଚନା ମିଳିଛି। ଏହି ଗୁଳି ମାଡ଼ରେ ସିଞ୍ଜୋ ଆବେ ଗୁରୁତର ହୋଇଛନ୍ତି। ଏନେଇ ଜାପାନ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ରବିବାର ହେବାକୁ ଥିବା ଜାପାନର ଉଚ୍ଚ ସଦନ ନିର୍ବାଚନ ପୂର୍ବରୁ ନାରା ସହରରେ ଆୟୋଜିତ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ୬୭ ବର୍ଷୀୟ ସିଞ୍ଜୋ ଆବେ ଭାଷଣ ଦେଉଥିବା ବେଳେ ଶତାଧୀକ ଲୋକ ରୁଣ୍ଡ ହୋଇଥିଲେ। ଏହି ସମୟରେ ହଠାତ୍‌ ଜୋରରେ କିଛି ଶବ୍ଦ ହେବା ସହ ସିଞ୍ଜୋ ଆବେ ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ସେଠାରେ ଉପସ୍ଥିତ ଲୋକ ପ୍ରଥମେ କିଛି ବୁଝି ପାରି ନ ଥିଲେ। ମାତ୍ର ସିଞ୍ଜୋ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କ ଶରୀରରେ ଗୁଳି ବାଜିଥିବା ଲୋକେ ଦେଖିଥିଲେ। ପଛ ପଟୁ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିବା ଜଣାଯାଇଛି । ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜାପାନର ଗଣମାଧ୍ୟମ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ଏହି ଗୁଳିମାଡ଼ ଘଟଣାରେ ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସିଞ୍ଜୋ ଆବେ ଜାପାନରେ ସବୁଠୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ୨୦୦୬-୦୭, ୨୦୧୨-୨୦୨୦ ଯାଏଁ ସେ ଜାପାନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!