Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ ଦଫା

by ସଞ୍ଜୟ ସ୍ୱାଇଁ
July 7, 2022
in Crime, State
ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ ଦଫା
9
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାରେ ଆବଶ୍ୟକ କାଗଜପତ୍ର ଅଭାବରୁ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ଟି ଦଫା। ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ୍‌ ସିକ୍ରେଟ ଆକ୍ଟ ୩, ୪, ୫ ହଟିଲା। ଆବଶ୍ୟକ ଡକ୍ୟୁମେଣ୍ଟ ନଥିବାରୁ ୩ଟି ଦଫା ହଟାଇଲେ ଏଡିଜେ-୩। ୫ ଜଣଙ୍କ ନାଁରେ ଦଫା ୧୨୦ ବି, ୧୨୧ ଏ ଓ ୩୪ IPC ରେ ମାମଲା ହୋଇଥିଲା। ସେମାନଙ୍କ ନାଁରେ ଅଫିସିଆଲ ସିକ୍ରେଟ ଆକ୍ଟ ୩, ୪ ଓ ୫ ବି ଲାଗିଥିଲା। ଅଫିସିଆଲ ସିକ୍ରେଟ ଆକ୍ଟ ଲାଗିଲେ କେନ୍ଦ୍ରରୁ ପ୍ରସିକ୍ୟୁସନ୍‌ ସାଙ୍କସନ୍ ଆଣିବା କଥା। କିନ୍ତୁ ଚାର୍ଜସିଟ୍‌ ଦାଖଲ ବେଳେ ପ୍ରସିକ୍ୟୁସନ ସାଙ୍କସନ ଅର୍ଡର ଦାଖଲ ହୋଇନଥିଲା। ପ୍ରସିକ୍ୟୁସନ ସାଙ୍କସନ ଅର୍ଡର ନଥିବାରୁ ୩ଟି ଦଫା ହଟାଯାଇଥିବା ସୂଚନା। ଅଭିଯୁକ୍ତଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ଗୁରୁପ୍ରସାଦ ବେହେରା ଏନେଇ ସୂଚନା ଦେଇଛନ୍ତି। ଡିଆର୍‌ଡିଓର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୁଲିସ୍‌ ଚାନ୍ଦିପୁର ଆଇଟିଆର୍‌ ଜଣେ କର୍ମଚାରୀ ଓ ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ଓ ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ଏମାନେ ଦୀର୍ଘ ବର୍ଷ ଧରି ଆଇଟିଆର୍‌ରେ କାମ କରୁଥିଲେ। କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି ଚାକିରି କରୁଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!