ରଣପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ତଥା ଖୋରଧା କେନ୍ଦ୍ର ସମବାୟବ୍ୟାଙ୍କ ଅଧିନସ୍ଥ ଚାନ୍ଦପୁର ସେବାସମବାୟ ସମିତି ସଭାପତି ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବର୍ଷିୟାନ ସମବାୟପ୍ରେମୀ ଯମ୍ବେଶ୍ଵର ଖମାରୀ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଖମାରୀ ଜଣେ ସଫଳଚାଷୀ ଓ ଜନକର୍ମୀଭାବେ ଏଯାବତ ସାମାଜିକ ଜୀବନରେ କର୍ମଚଞ୍ଚଳଅଛନ୍ତିଓସେମଧ୍ୟ କନ୍ଦନୟାଗଡ଼ ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ଅଛନ୍ତି।ଶ୍ରୀଖମାରୀ ଚଂପାଗଡ଼,କନ୍ଧନୟାଗଡ଼ ଓ ଚାନ୍ଦପୁର ପଞ୍ଚାୟତର ସମସ୍ତ ଚାଷୀ ଭାଇଭଉଣୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନିଜର କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ସେବା ସମବାୟ ସମିତି ର ସେବା ଓ ସ୍ୱଚ୍ଛତା ଉପରେ ଗୁରୁତ୍ଵ ଦେବେବୋଲି ବିବୃତି ରଖିଛନ୍ତି । ଅଂଚଳର ସାମାଜିକ କର୍ମୀ ମନୋଜ ଦାସ ,ନାରାୟଣ ମହାପାତ୍ର,ଧନେଶ୍ଵର ଅଗ୍ରୱାଲ,ଧୁବ ଚରଣ ପରିଡା,ଅଶୋକସାହୁ ,ବିପିନ ନାୟକ ,ଅରୁଣ ସୁବୁଦ୍ଧି,ତାପସ ମାର୍ଥା ପ୍ରମୁଖ ଶ୍ରୀ ଖମାରୀଙ୍କୁ ସମ୍ବର୍ଦ୍ଧିତ କରି ଅଭିନନ୍ଦନ ଜଣାଇଛନ୍ତି ଓ ପୁନଶ୍ଚ ମିନିବ୍ୟାଙ୍କ ଖୋଲିବାକୁ ଜନସାଧାରଣ ଙ୍କ ଦାବୀକୁ ସମ୍ମାନ ଦିଆଯିବ ବୋଲି ନବନିର୍ବାଚିତ ସଭାପତି କହିଛନ୍ତି ।






