ଦଶପଲ୍ଲା, (ବାଘୁଆବାର୍ତ୍ତା): ସମଗ୍ର ନୟାଗଡ ଜିଲ୍ଲାରେ ଦଶପଲ୍ଲା ବ୍ଲକ ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ଜୁଲାଇ ୬ ତାରିଖ ଦିନ ଦଶମ ଶ୍ରେଣୀ ର ପରୀକ୍ଷା ଫଳ ପ୍ରକାଶ ପାଇଛି।ଏବଂ ସମଗ୍ର ଦଶପଲ୍ଲା ଅଞ୍ଚଳ ର ଛାତ୍ର ଛାତ୍ରୀ ଭଲ ନମ୍ବର ରଖି ଉତ୍ରିନ ହୋଇଥିବା ବେଳେ ଦଶପଲ୍ଲା ରେ ଥିବା ରାଧାମୋହନ ଜୀଉ ବିଦ୍ୟାଳୟ ର ଛାତ୍ର ତ୍ରିଲୋଚନ ବେହେରା ୫୭୪ ନମ୍ବର ରଖି ସମଗ୍ର ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦଶପଲ୍ଲା ଉଚ୍ଚବିଦ୍ୟାଳୟ ଛାତ୍ର ସୁଭୂରଂଶୁ ପ୍ରଧାନ ୫୭୧ ନମ୍ବର ରଖି ସମଗ୍ର ବ୍ଲକ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏବଂ ଏହି ମାର୍କ ର ଶ୍ରେୟ ପିତାମାତା,ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗୁରୁଜନ ମାନଙ୍କୁ ମିଠା ଖୁଆଇବା ସହ ସଫଳତା ର ଶ୍ରେୟ ବାଣ୍ଟିଥିଲେ ଓ ଦିନକୁ ୧୬ ରୁ ୧୭ଘଣ୍ଟା ପରିଶ୍ରମ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି। ବର୍ତମାନ ର ଯେଉଁ ମାନେ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଜରିରଖିଛନ୍ତି ସେମାନଙ୍କୁ ମଧ୍ୟ ପ୍ରେରଣା ପ୍ରଦାନ କରିଛନ୍ତି ଦଶପଲ୍ଲା ର ଏହି ଦୁଇ ଛାତ୍ର । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହ ଆଗକୁ ଆଗକୁ କେମିତି ସଫଳତା ର ସିଡି ଚଢ଼ିବ ସେ ଦିଗରେ ଆଲୋଚନା କରିଥିଲେ ।





