ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଣ୍ଟି ରାଗିଂ ସଚେତନତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ବୈଠକରେ ଜିଲ୍ଲାପାଳ ଡ଼ ଟୁଡୁ ବିଭିନ୍ନ ସ୍ଥାନରେ ଚାଲିଥିବା ରାଗିଂ ସମସ୍ୟା ଉପରେ ଗଭୀର ଦୁଃଖ ପ୍ରକାଶ କରି ଆମ ଜିଲ୍ଲାରେ କୌଣସି ସ୍ଥାନରେ ଏପରି ରାଗିଂ ନ ହେବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଯଦି ଏପରି କିଛି ରାଗିଂର ସୂରାକ୍ ମିଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏବଂ ଆଣ୍ଟି ରାଗିଂ କମିଟିକୁ ର୍ନିେଶ ଦେଇଥିଲେ । ଏହି ବୈଠକରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା, ଆଣ୍ଟି ରାଗିଂ କମିଟିର କର୍ମକର୍ତା, ଅଭିଯୋଗ ପ୍ରକୋଷ୍ଠର କର୍ମକର୍ତା, ଛାତ୍ରଛାତ୍ରୀ ନିବାସର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଆଣ୍ଟି ରାଗିଂ ସଚେତନତା ଉପରେ ଏକ ବୈଠକ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୌଣସି ମହାବିଦ୍ୟାଳୟରେ ରାଗିଂ ଯେପରି ନ ହୁଏ ସେଥି ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ମହାବିଦ୍ୟାଳୟମାନଙ୍କରେ ଆଣ୍ଟି ରାଗିଂ କମିଟି ଗଠନ କରିବା ନିମନ୍ତେ ର୍ନିେଶ ଦେଇଥିଲେ । ମହାବିଦ୍ୟାଳୟମାନଙ୍କରେ ନିର୍ଯ୍ୟାତନା ଘଟଣା ଯେପରି ନ ଘଟେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ସ୍ଥାନର ପଂଜୀକରଣ କଲେଜ ନାମରେ ପଂଜୀକୃତ କରାଇବା ନିମନ୍ତେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷମାନଙ୍କୁ ସେ ପରାମର୍ଶ ଦେଇଥିଲେ ।





