ଜଳେଶ୍ବର, (ବାଘୁଆବାର୍ତ୍ତା): ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲା ବେଳେ କଳା ପଲସରରେ ଆସି ୧ଲକ୍ଷ ୮୦ହଜାର ଦୁର୍ବୁତ୍ତ ଝାମ୍ପି ନେଇଛନ୍ତି। ଜଳେଶ୍ବର ଥାନା ଅଧୀନ ବଡବଜାର ଛକରେ ଏହି ଘଟଣା ଘଟିଛି। ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି। ପଶ୍ଚିମବଙ୍ଗର ମୋହନପୁର ଥାନା ଘୋଳି ଗ୍ରାମର ବିନୟ ନାୟକ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଜଳେଶ୍ୱର ଏକ୍ସିସ ବ୍ୟାଙ୍କରୁ ୧ଲକ୍ଷ ୮୦ହଜାର ଟଙ୍କା ଉଠାଇଥିଲେ। ଟଙ୍କାକୁ ଏକ ବ୍ୟାଗରେ ରଖି ବଡ଼ବଜାର ଛକରେ ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲସରରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଦ୍ରୁତ ଗତିରେ ଚାଲି ଯାଇଥିଲେ । ବିନୟ ଏନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।





