Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମି କେଳେଙ୍କାରୀ ମାମଲା, ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ

by ସଞ୍ଜୟ ସ୍ୱାଇଁ
July 6, 2022
in Crime, State
ଜମି କେଳେଙ୍କାରୀ ମାମଲା, ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
96
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗିର ତହସିଲରେ ଜମି କେଳେଙ୍କାରୀ ଘଟଣାରେ କାର୍ୟ୍ୟାନୁଷ୍ଠାନ ହୋଇଛି। ବଲାଙ୍ଗିର ତହସିଲଦାର ମଘବାନ ବାଗଙ୍କ ସମେତ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତ ନିଲମ୍ବିତ ହୋଇଛନ୍ତି। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜମି କେଳେଙ୍କାରୀ ନେଇ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ୨ ଜଣିଆ ଟିମ୍ ତଦନ୍ତ କରି ରିପୋର୍ଟ ଦେଇଥିଲେ। ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପଠାଇଥିଲେ ଜିଲ୍ଲାପାଳ। ଯାହାର ଅଧାରରେ ଏହି କାର୍ୟ୍ୟାନୁଷ୍ଠାନ ହୋଇଛି। ସୂଚନା ଥାଉକି, ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଛି ଏକ ମୂଲ୍ୟବାନ ଜମି। ଏ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ। ୨୦୦୫ରୁ ହର୍ଷଙ୍କ ମୃତ୍ୟୁ ହୋଇସାରିଥିଲେ ବି ଆଶ୍ଚର୍ୟ୍ୟଜନକ ଭାବେ ୨୦୨୧ରେ ତାଙ୍କ ନାଁରେ ୫୦ ଡେସିମିଲ ଜମି ଚଞ୍ଚକତା କରି ବିକ୍ରି ହୋଇଛି। ଯାହାର କ୍ରେତା ହେଉଛନ୍ତି, ସ୍ଥାନୀୟ ଗୋପବନ୍ଧୁ ନଗର ଲାଲଟିକ୍ରା ଗାଁର ଲବଣୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ମାଧବ ପୃଷ୍ଟି। ଖାଲି ସେତିକି ନୁହେଁ, ହର୍ଷଙ୍କ ଅବଶିଷ୍ଟ ଦେଢ଼ ଏକର ଜମିକୁ ଫର୍ଜରି ନିଜ ନାଁରେ ପଟ୍ଟା ବି କରାଇ ନେଇଛନ୍ତି ପୃଷ୍ଟି ଦମ୍ପତ୍ତି। ତେବେ ପ୍ରାୟ ବର୍ଷେ ପରେ ଏ ଜମି ହଡ଼ପ ସମ୍ପର୍କରେ ଜାଣିବା ପରେ ହର୍ଷଙ୍କ ପରିବାର ଲୋକେ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ। ହେଲେ ନ୍ୟାୟ ମିଳି ନ ଥିଲା। ତେଣୁ ତହସିଲଦାରଙ୍କ କାମକାର୍ୟ୍ୟ ନେଇ ସନ୍ଦେହ ଉପୁଜିଥିଲା। ନ୍ୟାୟ ନ ପାଇବାରୁ ଶେଷରେ ଥାନାରେ ଏତଲା କ୍ରମେ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ମାମଲାରେ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି। ମୃତ ହର୍ଷଙ୍କ ନାତି ବିକାଶ ଷାଣ୍ଡ ଅଭିଯୋଗ କରିଥିଲେ, ବଲାଙ୍ଗିର ତହସିଲଦାରଙ୍କ ଜ୍ଞାତସାରରେ ପ୍ରସ୍ତୁତ ହୋଇଥିଲା ଏ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଜମିର ଅସଲି ମାଲିକ ଦିନମଜୁରିଆ ହୋଇଥିବାରୁ ପରିବାର ଲୋକଙ୍କ ଅସହାୟତାର ସୁଯୋଗ ନେଇଥିଲେ ଷଡଯନ୍ତ୍ରକାରୀ। ମୃତ ବ୍ୟକ୍ତିଙ୍କ ସ୍ଥାନରେ ତହସିଲଦାରଙ୍କ ସାମ୍ନାରେ ଛଦ୍ମ ବିକ୍ରେତା ଭାବେ ଛିଡ଼ା ହୋଇଥିଲେ ଉତ୍ତମ ନାଗ ନାମକ ଜଣେ ବ୍ୟକ୍ତି। ହର୍ଷଙ୍କ ସ୍ଥାନରେ ଉତ୍ତମଙ୍କ ଫଟୋ ଲଗାଇ ତାଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ନେଇ ପ୍ରସ୍ତୁତ ହୋଇଥିଲା ଦଲିଲ। ମାମଲାରେ ବଲାଙ୍ଗିର ସଦର ଥାନା ପୁଲିସ ପାରିପାର୍ଶ୍ୱିକ ପ୍ରମାଣ ପାଇବା ପରେ ତହସିଲଦାରଙ୍କ ସମେତ ଜମି ଦଲାଲ ସିଣ୍ଡିକେଟରେ ସାମିଲ ଥିବା ମୋଟ ୯ ଜଣଙ୍କ ବିରୋଧରେ ୪୨୦ ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରିଥିଲା। ସେପଟେ ଅଭିଯୁକ୍ତ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ପଚାରିଲେ, ସେ ସ୍ପଷ୍ଟ ଉତ୍ତର ରଖୁ ନ ଥିଲେ। ଆଜି ସରକାର ତାଙ୍କୁ ଏବଂ ଏହି ଷଡଯନ୍ତ୍ରରେ ସାମିଲ ଅତିରିକ୍ତ ତହସିଲଦାରଙ୍କୁ ନିଲମ୍ବିତ କରିବା ପରେ ପ୍ରଶାସନିକ ବିଧିବ୍ୟବସ୍ଥାକୁ ମନଇଛା ମୋଡ଼ି ଅଫିସରମାନେ ନିଜ ପଦବୀ ଓ କ୍ଷମତାର ଦୁରୁପୋଯୋଗ କରୁଥିବା ପ୍ରମାଣିତ ହୋଇଛି। ୫ଟି ଓ ସ୍ୱଚ୍ଛ ଶାସନର ଧଜିଆ ଉଡ଼ାଉଛନ୍ତି ପ୍ରଶାସକମାନେ। ତେଣୁ ଆଗକୁ କ୍ଷତି ସହିଥିବା ପରିବାରକୁ ସରକାର କିପରି ନ୍ୟାୟ ଦେଉଛନ୍ତି ତାହା ଦେଖିବାର କଥା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!