ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବିଜୁ ଯୁବ ବାହିନୀ ପକ୍ଷରୁ ଗାଁ ଅଲମ୍ପିକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଥାଗାଡ଼ିଆ ପଂଚାୟତ ଜୟପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାଁରେ ହଜି ଆସୁଥିବା ବିଭିନ୍ନ କ୍ରୀଡ଼ାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁଚି, କବାଡ଼ି, ଖୋ ଖୋ, କ୍ୟାରମ ପ୍ରଭୃତି କ୍ରୀଡ଼ା ଅନୁଷ୍ଠିତ ହୋଇଥିବା ବେଳେ କୃତ୍ତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଦିଆଯାଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ବେହେରା, ନୟାଗଡ଼ ବ୍ଲକ ସଂଯୋଜକ ମନୋଜ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ,ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।






