ଚୌଦ୍ୱାର, (ବାଘୁଆବାର୍ତ୍ତା): ଚୌଦ୍ୱାର ଥାନା ଇନ୍ଦ୍ରାଣୀ ପାଟଣା ଗ୍ରାମ ଫ୍ଲିକ୍ କାର୍ଡ କମ୍ପାନୀ ସମ୍ମୁଖରେ ଥିବା ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ହେଲେ ଅଂଜୁଆ ଗ୍ରାମର ଅବକାଶ ପ୍ରଧାନ (କାଳିଆ ) । ଅବକାଶଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସୂଚନାନୁଯାୟୀ, ଆଜି ସକାଳୁ କମ୍ପାନୀ ସମ୍ମୁଖ ଏକ ଗଛରେ ଅଂଜୁଆ ଗ୍ରାମର ଅବକାଶ ପ୍ରଧାନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। କାଳିଆ ୫ ବର୍ଷରୁ ଉର୍ଦ୍ଧ୍ଵ ହେବ ଏହି କମ୍ପାନୀରେ କାମ କରି ସେଠାରେ ରହୁଥିଲେ । ଆଜି ହଠାତ ତାଙ୍କର ମୃତ୍ୟୁ ହୋଇଥିବାରୁ ପରିବାର ଲୋକେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ପରିବାର ଲୋକ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଚୌଦ୍ୱାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।





