Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଲାଇନରେ ଠିଆ ହୋଇଥିବା ବେଳେ ବ୍ୟାଗରୁ ଲକ୍ଷେ ଟଙ୍କା ଚୋରି

by ସଞ୍ଜୟ ସ୍ୱାଇଁ
July 5, 2022
in Crime, State
ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଲାଇନରେ ଠିଆ ହୋଇଥିବା ବେଳେ ବ୍ୟାଗରୁ ଲକ୍ଷେ ଟଙ୍କା ଚୋରି
176
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଜଣେ ବ୍ୟକ୍ତି ଲାଇନରେ ଠିଆ ହୋଇଥିବା ବେଳେ ତାଙ୍କ ବ୍ୟାଗରୁ ଲକ୍ଷେ ଟଙ୍କା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଗ୍ରାହକ ବେଶରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ବ୍ୟାଗରୁ ଲକ୍ଷେ ଟଙ୍କା ନେଇଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ରାଉରକେଲା ସହରର ବିଶ୍ରା ଛକ ନିକଟରେ ଥିବା ଏସ୍‌ବିଆଇ ବ୍ୟାଙ୍କ ପରିସରରେ। ଏନେଇ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ନାଲାରୋଡ଼ର ବାସିନ୍ଦା ଏମ୍‌ଡି ନୌସାଦ ତାଙ୍କ ଦୋକାନରେ କାମ କରୁଥିବା ଏମ୍‌ଡି ଆକିବଙ୍କୁ ୨ ଲକ୍ଷ ଟଙ୍କା ଏସ୍‌ବିଆଇ ବ୍ୟାଙ୍କରେ ଜମା କରିବା ପାଇଁ ପଠାଇଥିଲେ। ସେହି ସମୟରେ ବ୍ୟାଙ୍କରେ ପ୍ରବଳ ଭିଡ଼ ଥିଲା। ଆକିବ ଟଙ୍କା ଡିପୋଜିଟ୍‌ କରିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ତାଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ଚତୁରତାର ସହ ବ୍ୟାଗର ଚେନ୍‌କୁ ଖୋଲିଥିଲେ। ପରେ ବ୍ୟାଗରୁ୧ଲକ୍ଷ ଟଙ୍କା ନେଇ ତାଙ୍କ ପକେଟ୍‌ରେ ପୁରାଇଥିଲେ। ତା‘ପରେ ସେହି ସ୍ଥାନରୁ ପଳାଇଯାଇଥିଲେ। ହେଲେ ଆକିବ ଏହା ଜାଣିପାରି ନଥିଲେ। ପରେ ସେ ଡିପୋଜିଟ ପାଇଁ ଟଙ୍କା ଖୋଜିଲା ବେଳକୁ ତାଙ୍କ ବ୍ୟାଗରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ଏହାପରେ ସେ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲେ। ଆକିବ ପଛରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ତାଙ୍କ ବ୍ୟାଗରୁ ୧ ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡ଼ିଥିଲା। ଏନେଇ ଆକିବ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିଥିଲା। ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!