Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ କିଓସ୍କ ମ୍ୟାନେଜରଙ୍କ ସମେତ ୩ ଗିରଫ

by ସଞ୍ଜୟ ସ୍ୱାଇଁ
July 4, 2022
in Crime, State
ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ କିଓସ୍କ ମ୍ୟାନେଜରଙ୍କ ସମେତ ୩ ଗିରଫ
56
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ କିଓସ୍କ ମ୍ୟାନେଜରଙ୍କ ସମେତ ୩ ଜଣ ଗିରଫ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଆସିଛି। ଜବ୍‌କାର୍ଡ କରାଇଦେବାକୁ କହି ଏମାନେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସରକାରୀ ଯୋଜନା ଟଙ୍କା ହଡପ୍‌ କରୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ନିର୍ବାଚନ ସମୟରେ ନୀଳଗିରି ବ୍ଲକ୍‌ ପିଠାହତା ପଞ୍ଚାୟତର ସମିତି ସଭ୍ୟ ପାର୍ଥୀ ହୋଇଥିଲେ ଉମାକାନ୍ତ ନାୟକ। ସେ ଓ ତାଙ୍କ ସହଯୋଗୀମାନେ ଲୋକଙ୍କୁ ମାଗଣାରେ ଜବକାର୍ଡ ଦେବାର ପ୍ରଲୋଭନ ଦେଖାଇ ସମସ୍ତ କାଗଜପତ୍ର(ଆଧାରକାର୍ଡ, ଭୋଟର ପରିଚୟ ପତ୍ର ଓ ଫଟୋ) ନେଇଯାଇଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ଲୋକମାନେ ସେମାନେ ଆଣିଥିବା ଫର୍ମରେ ଦସ୍ତଖତ କରିଦେଇଥିଲେ। ହେଲେ ସେମାନେ ଗାଁ ଲୋକଙ୍କ ଅଜାଣତରେ ବାଲେଶ୍ୱର ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ଆକାଉଣ୍ଟ ଖୋଲିବା ପରେ ବ୍ୟାକ୍ତ ତରଫରୁ ଦିଆଯାଇଥିବା ଏଟିଏମ୍‌ କାର୍ଡ ଲୋକଙ୍କୁ ନଦେଇ ସେମାନେ ନିଜ ପାଖରେ ରଖିଥିଲେ। ନିର୍ବାଚନରେ ହାରିଯିବା ପରେ ଶ୍ରୀ ନାୟକ ଓ ତାଙ୍କ ସହଯୋଗୀମାନେ ଗାଁ ଲୋକଙ୍କ ପାଖରୁ ନେଇଥିବା କାଗଜପତ୍ର ଦେଖାଇ ବିଭିନ୍ନ ସରକାରୀ ଯୋଜନାରେ ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ। ଏହା ପରେ ବିଭିନ୍ନ ସମୟରେ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କା ଗାଁ ଲୋକଙ୍କ ନାଁରେ ଖୋଲା ଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା। ପରବର୍ତ୍ତୀ ସମୟରେ ସେହି ଅର୍ଥକୁ ହଡ୍‌ପ କରୁଥିବା ଅଭିଯୋଗ ହୋଇଥିଲା। ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ତରତରି ଅଞ୍ଚଳର ଏସ୍‌ଡିଏଫ୍‌ସି କିଓସ୍କ ବ୍ୟାଙ୍କ ପରିଚାଳକ ବସନ୍ତ ବେହେରା, ଉମାକାନ୍ତ ନାୟକ ଓ ତାଙ୍କ ସହଯୋଗୀ କମଳାକାନ୍ତ ମହାକୁଡ଼କୁ ଅଟକ ରଖି ପଚରା ଉଚୁରା କରିଥିଲା। ଲୋକଙ୍କ ସରଳତାର ସୁଯୋଗ ନେଇ ଏମାନେ ଠକିଥିବା ପ୍ରମାଣିତ ହେବା ପରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ତିନି ଅଭିଯୁକ୍ତଙ୍କ ପାଖରୁ ବହୁ ହିତାଧିକାରୀଙ୍କ ପାସବୁକ ଓ ଏଟିଏମ୍‌ କାର୍ଡ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!