ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭୁବନେଶ୍ବର ବିଜେବି କଲେଜରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ନିଜ ଆଡୁ ମାମଲା ରୁଜୁ କରି ଏହାର ତଦନ୍ତ କରିଛନ୍ତି। କଲେଜ ଛାତ୍ରୀ ନିବାସରେ ମହିଳା କମିଶନଙ୍କ ପକ୍ଷରୁ ତଦନ୍ତ କରାଯାଇଛି । କଲେଜ ଅଧ୍ୟକ୍ଷ ଓ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଇଛି। ସୂଚନାଯୋଗ୍ୟ ଯେ, ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଶନିବାର ଆତ୍ମହତ୍ୟା କରିଥିଲେ। ରାଙ୍ଗି ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରୁ ଜଣାପଡିଥିଲା। କମିଶନରେଟ ପୋଲିସର ଏକ ୩ ଜଣିଆ ଟିମ ଏହାର ତଦନ୍ତ କରୁଛି। ବିଜେବି କଲେଜର ଛାତ୍ରୀନିବାସରେ ୧୩୪ ଛାତ୍ରୀଙ୍କୁ ମାରାଥନ ପଚରାଉଚରା ପୋଲିସ କରିଛି।





