ନୟାଗଡ଼, (ବାଘୁଆବାର୍ତ୍ତା) : ଚାଷରେ ବିଷାକ୍ତ ଓøଷଧ ତଥା କିଟନାସର ଓ ସାରର ସଠିକ ବ୍ୟବହାର ଏବଂ ସଦ୍ଉପୋଯୋଗକୁ ସମ୍ପର୍କରେ ଚାଷୀଙ୍କୁ ନେଇ ଏକ ଆଲୋଚନା ଚକ୍ର ନୟାଗଡ ବ୍ଲକ ଗମ୍ଭାରିଡିହି ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଜାଇଛି । ଚାଷରେ ରୋଗ ପୋକର ନିରାକରଣ ସହ କେଉଁ ଚାଷ ପାଇଁ କେତେ ପରିମାଣର ସାର ତଥା କିଟନାସକ ଆବସ୍ୟକ ରହିଛି ଏବଂ ଚାଷର କେତେ ଦିନ ପରେ ସାର ଓ କିଟନାସକ ପ୍ରୟୋଗ କରାଗଲେ ମାଟିର ଉର୍ବପତା ନଷ୍ଠ ନହେବା ସହ ଭଲ ଫସଲ ଅମଳ ହେବ, ସେ ବିଷୟରେ ଉପସ୍ଥିତ ଚାଷୀମାନଙ୍କୁ ଅଧିକାରୀ ମାନେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଗମ୍ଭାରିଡିହି ସରପଞ୍ଚଦିବାକର ମିଶ୍ରଙ୍କ ସମେତ ନୟାଗଡ କୃଷି ବିଭାଗର ସହକାରୀ ଅଧିକାରୀ ଗୌରୀ ସଙ୍କର ମିଶ୍ର, ସହକାରୀ ବିହନ ନିଗମ ଅଧିକାରୀ ସନ୍ତୋଷ ପରିଡା, ଆଖୁ ଉନ୍ନୟନ ଅଧିକାରୀ ସବ୍ୟସାଚୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଚାଷୀ ଯୋଗ ଦେଇଥିଲେ ।






