ଇଂଲଣ୍ଡ (ବାଘୁଆବାର୍ତ୍ତା): ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇୟନ ମୋର୍ଗାନ ଆଜି ଅବସର ଘୋଷଣା କରିଛନ୍ତି । ଗତ କିଛିଦିନ ହେବ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଯାହା ଆଜି ସତରେ ପରିଣତ ହୋଇଛି । ନିଜର ଖରାପ ଫର୍ମ ଓ ଆହତ ସମସ୍ୟାକୁ ନେଇ ଗତି କରୁଥିଲେ ମୋର୍ଗାନ । ଯେଉଁଥିପାଇଁ ସେ ଟିମକୁ ଫେରିବାକୁ ସଂଘର୍ଷ କରୁଥିଲେ । ହେଲେ ଏବେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଇୟନ ମୋର୍ଗାନ ଜଣେ ବିସ୍ଫୋଟକ ବ୍ୟାଟ୍ସମ୍ୟାନ । ଏହାସହ ଜଣେ ଦକ୍ଷ କ୍ୟାପଟେନ ମଧ୍ୟ । ନିଜ ନେତୃତ୍ୱରେ ସେ ଇଂଲଣ୍ଡର ଚେହେରା ବଦଳେଇକି ରଖିଦେଇଥିଲେ । ଅନେକ ବର୍ଷ ହେବ ଆଇସିସି ଟ୍ରଫି ପାଇଁ ସଂଘର୍ଷ କରୁଥିବା ଇଂଲଣ୍ଡ ଟିମକୁ ୨୦୧୯ରେ ବିଶ୍ୱକପ ବିଜୟୀ କରାଇଥିଲେ ମୋର୍ଗାନ । ଏହାସହ ସେ ଦିନିକିଆ ଓ ଟି-୨୦ରେ ଇଂଲଣ୍ଡର ସଫଳ ଅଧିନାୟକ ଭାବେ ପରିଚିତ ।






