ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଫୁଲବାଣୀରୁ କଲିକତା ଅଭିମୁଖେ ଚୋରା ଗଞ୍ଜେଇ ଚାଲାଣ ଖବର ପାଇ ନୟାଗଡ଼ ଟାଉନ୍ଥାନା ପକ୍ଷରୁ ଚଢଉ କରାଯାଇ ଗାଡିସହ ୩ଜଣଙ୍କୁ ଗିରଫ କରାଯାଇଛି । ନୟାଗଡ଼ ଘଡୁଆଳ ନିକଟସ୍ଥ ସତ୍ସଙ୍ଗ ବିହାରଠାରେ ଅଭିଯୁକ୍ତଙ୍କ ଠାରୁ ୭୬ କେଜି ଗଞ୍ଜେଇ ଜବତ କରାଯାଇଛି । ଗୋରା ଗଞ୍ଜେଇ ନେଇ ଯାଉଥିବା ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଅଲେଖ ମଣ୍ଡଳ (୨୯), ସୁମନ ଦେବନାଥ (୨୬), ସଞ୍ଜୟ ସରକାର(୩୦)ଙ୍କୁ ନୟାଗଡ଼ ପୋଲିସ ଗିରଫ କରିଛି । ସକାଳ ୯ଘଟିକା ସମୟରେ ସତ୍ସଙ୍ଗ ବିହାର ନିକଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢଉ କର।।ଯାଇ ଗିରଫ କରାଯାଇଥିବା ନୟାଗଡ଼ ଟାଉନଥାନା ଆଇଆଇସି ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି । ଅଭିଯୁକ୍ତମାନେ ଏକ ଇଣ୍ଡିକା ଗାଡି ନଂ ଡବ୍ଲୁବି୨୬ସି-୬୨୭୨କୁ ଜବତ କରାଯାଇଛି । ଉକ୍ତ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।






