ଫୁଲବାଣୀ, (ବାଘୁଆବାର୍ତ୍ତା): କନ୍ଧମାଳ ପୋଲିସ ବ୍ରାଉନସୁଗାର କାରବାର ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଞ୍ଚଳର ସ୍ବର୍ଗତ ଭଗବାନ ମହାପାତ୍ରଙ୍କ ପୁଅ ସପନ ମହାପାତ୍ର । ସପନ ପାଖରୁ ପୋଲିସ ୩.୫୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସପନ ଖୋର୍ଦ୍ଧା ଅଞ୍ଚଳରୁ ଆଣିଥିବା କହିଛି । ଜିଲ୍ଲାରେ ବ୍ରାଉନସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି । ତେବେ ପୋଲିସ ୧୦୩/୨୭/୦୬/୨୨ ଧାରା ୨୧(ବ)ଆକ୍ଟରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।





