ନୟାଗଡ଼, (ବାଘୁଆବାର୍ତ୍ତା): ନବନିର୍ବାଚିତ ସରପଞ୍ଚ ବିବାଦ ଘେରରେ ରହି ମଧ୍ୟ ଲଢୁଥିଲେ ସମବାୟ ସମିତି ନିର୍ବାଚନରେ । ସମବାୟ ସମିତି ନିର୍ବାଚନରୁ ବିବାଦୀୟ ସରପଞ୍ଚ ଆଉଟ୍ ହୋଇଯାଇଥିବା ଜଣାପଡ଼ିଛି । ତେବେ ସରପଞ୍ଚଙ୍କୁ ଆଉଟ୍ କରି ସମବାୟ ସମିତି ନିର୍ବାଚନ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଦିଲ୍ଲିପ କୁମାର ହାତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ସମବାୟ ସମିତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ଡିଆଁପଡା ସେବା ସମବାୟ ସମିତି ବ୍ୟାଙ୍କ ଲିଃ ୧୫ଖଣ୍ଡ ଭୋଟକୁ ନେଇ ସଭାପତି ନିର୍ବାଚନ ପାଇଁ ୩ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀମାନେ ହେଲେ ନବଘନପୁର ପଞ୍ଚାୟତର ବିବାଦ ଘେରରେ ଥିବା ସରପଞ୍ଚ କବିରାଜ ସାହୁ, ମୁଥାଗାଡିଆ ପଞ୍ଚାୟତର ସମିତି ସଭ୍ୟ ଦିଲ୍ଲିପ କୁମାର ହାତି ଓ ସନାତନ ଶତପଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ନିର୍ବାଚନରେ ପ୍ରାର୍ଥୀ ମାନଙ୍କ ଛକାପଞ୍ଝା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତଙ୍କୁ ବାଦ୍ ଦେଇ ମୁଥାଗାଡିଆ ପଞ୍ଚାୟତର ସମିତି ସଭ୍ୟ ଦିଲ୍ଲିପ କୁମାର ହାତି ୭ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଫେଲ୍ ମାରିଛନ୍ତି ନବଘନପୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ କବିରାଜ ସାହୁ । କବିରାଜ ସାହୁ ୫ଖଣ୍ଡ ଭୋଟ ପାଇଥିବା ବେଳେ ସନାତନ ଶତପଥୀ ୩ଖଣ୍ଡ ଭୋଟ ପାଇଥିଲେ ।






